ରବିବାର ବିଶେଷ ; ସୂର୍ଯ୍ୟଙ୍କ ଆରାଧନା ଦ୍ୱାରା ଦୂର ହୁଏ ସମସ୍ୟା

ଭଗବାନ ସୂର୍ଯ୍ୟ ଉଦୟ ହେବା ପରେ ସମ୍ପୂର୍ଣ୍ଣ ଜଗତର ଅନ୍ଧକାର ଦୂରେଇ , ଚାରିଆଡ଼ ଆଲୋକିତ ହୋଇଯାଏ। ବହୁ ପୁରାତନ କାଳରୁ ସୂର୍ଯ୍ୟଙ୍କ ଉପାସନା କରିବାର ପରମ୍ପରା ରହିଛି। ସୂର୍ଯ୍ୟଦେବ ହେଉଛନ୍ତି ସାକ୍ଷାତ ଦର୍ଶନ ଦେଉଥିବା ଦେବତା। ତାଙ୍କୁ ଗୁରୁଙ୍କ ଆଖ୍ୟା ଦେଇ ନିୟମିତ ତାଙ୍କ ଆରାଧନା କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ପିଲାଙ୍କ କକ୍ଷରେ ସୂର୍ଯ୍ୟଙ୍କ ପ୍ରତିମା ଲଗାଇଲେ ପିଲାଙ୍କ ପାଠ ପଢାରେ ଅଧିକ ଧ୍ୟାନ ଆସିଥାଏ।
ଗୃହରେ ସୂର୍ଯ୍ୟଙ୍କ ପ୍ରତିମା ଲଗାଇଲେ ଗୃହରୁ ସମସ୍ତ ରୋଗ ଦୂର ହୋଇଥାଏ।
ତମ୍ବାପାତ୍ରରେ ସୂର୍ଯ୍ୟଙ୍କ ନିର୍ମିତ ପ୍ରତିମା ରୋଷେଇ ଘରେ ଲଗାଇବା ଦ୍ୱାରା ଅନ୍ନର ଅଭାବ ହୋଇନଥାଏ।
ଗହମର ଦାନ କରିବା ଦ୍ୱାରା ସୂର୍ଯ୍ୟଦେବ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ସୂର୍ଯ୍ୟଙ୍କୁ ନିୟମିତ ଅର୍ଘ୍ୟ ଅର୍ପଣ କରନ୍ତୁ। ତମ୍ବାର ପାତ୍ରରେ ନିୟମିତ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ସମୟରେ ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।