ମୋହନା ହିଲଟପ କଲେଜରେ ସର୍ଜିକାଲ ଷ୍ଟ୍ରାଇକ୍ ଦିବସ ପାଳିତ

0

ମୋହନା : ସ୍ଥାନୀୟ ହିଲଟପ ଡିଗ୍ରୀ କଲେଜ ପରିସରରେ ଏନ୍ଏସ୍ଏସ୍ ବିଭାଗ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଜଗନ୍ନାଥ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଭାରତ କିଭଳି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ସଫଳତା ପାଇଥିଲା ସେ ଉପରେ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀମାନଙ୍କୁ ଦେଖାଯିବା ସହ ସଚେତନ ମଧ୍ୟ କରାଯାଥିଲା। ଏହା ସହ ଦେଶ ପାଇଁ ସେବା କରିବା, ସୁରକ୍ଷା ଦେବା ଓ ଦେଶର ନାମକୁ ସାରା ବିଶ୍ୱରେ ଟେକ ରଖିବା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ କଲେଜର ସେବା ଯୋଜନା ଅଧିକାରୀ ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ, ଅଧିକାରିଣୀ ରିତାକୁମାରୀ ଶତପଥି ପରିଚାଳନା କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply