କରୋନା ଡ଼ର: ଦକ୍ଷିଣ କୋରିଆବାସୀ ଜାଳିଦେଲେ ୨.୨୫ ଟ୍ରିଲିଅନ ଡ଼ଲାର

ସିଓଲ: କରୋନାରେ ସାରା ବିଶ୍ଵକୁ ଗ୍ରାସ କରିଛି । ମାତ୍ର ଦକ୍ଷିଣକୋରିଆ ଅଧିବାସୀଙ୍କୁ କରୋନା ଡ଼ର ଏତେ ଭୟଭୀତ କରିଛି ଯେ ସେମାନେ ପ୍ରାୟ ୨.୨୫ ଟ୍ରିଲିଅନ ଡ଼ଲାର ମୂଲ୍ୟର ନୋଟ୍ ନଷ୍ଟ କରି ଦେଇଛନ୍ତି । କେଉଁଠି ଲୋକମାନେ ନୋଟକୁ ୱାଶିଂମେସିନରେ ସଫା କରିବା ଦ୍ବାରା ଏହା ନଷ୍ଟ ହୋଇଛି ତ କେଉଁଠି ମାଇକ୍ରୋଓଭନରେ ନୋଟ ଓ ମୁଦ୍ରାକୁ ବିଶୋଧନ ନିମନ୍ତେ ରଖାଯିବା ଦ୍ବାରା ତାହା ପୋଡ଼ି ଯାଇଛି । ପରିଣତି ଏପରି ହୋଇଛି ଯେ ଦକ୍ଷିଣକୋରିଆ ରିଜର୍ଭ ବ୍ୟାଙ୍କ ଏବେ ନଷ୍ଟ ହୋଇଥିବା ନୋଟକୁ ନେଇ ବଡ଼ ସମସ୍ୟାରେ ପଡ଼ିଛି । ଗତ ୬ ମାସ ମଧ୍ୟରେ ଦକ୍ଷିଣକୋରିଆର ଲୋକମାନେ ଗତବର୍ଷ ତୁଳନାରେ ୩ ଗୁଣ ଅଧିକ ପୋଡ଼ା ନୋଟ୍ ବଦଳ କରିବାକୁ ଆଣିଛନ୍ତି । ଗତ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ପ୍ରାୟ ୧.୩୨ ନିୟୁତ ୱନ (୧.୧ ନିୟୁତ ଡ଼ଲାର)ର ପୋଡ଼ା ଓ ଅଧାପୋଡ଼ା ଟଙ୍କା ବ୍ୟାଙ୍କକୁ ଫେରାଇଛନ୍ତି ବୋଲି ରଏଟର ସୂତ୍ରରୁ ଜଣାପଡ଼ିଛି।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଓଭନରେ ଟଙ୍କା ବିଶୋଧନ କରିବା ପାଇଁ ଭର୍ତି କରିବା ଦ୍ବାରା ବିପୁଳ ନୋଟ୍ ନଷ୍ଟ ହୋଇଛି । ୨୦୨୦ ମସିହାରେ ବର୍ତମାନ ସୁଦ୍ଧା ୨.୨୫ ଟ୍ରିଲିୟନ ଡ଼ଲାର ମୂଲ୍ୟର ଫଟା ଓ ଅଧା ଜଳା ନୋଟ ଏବଂ ମୁଦ୍ରା ଜବତ ହୋଇଛି । ମାଇକ୍ରୋଓଭନ ଓ ୱାସିଂ ମେସିନରେ ଏହି ଟଙ୍କାକୁ ରଖାଯାଇ ବିଶୋଧନ କରିବା ଉଦ୍ୟମ ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଛି । .ଉମ୍ ନାମକ ଜଣେ ବ୍ୟକ୍ତି ୩୦ ହଜାର ଡ଼ଲାର ନୋଟକୁ ୱାଶିଂମେସିନରେ ସଫା କରିବା ପାଇଁ ପକାଇଥିଲା । ଏଥିରୁ ପ୍ରାୟ ୩୫% ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହି ଅର୍ଥ ତାଙ୍କ ପରିବାରର ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନିମନ୍ତେ ଅନ୍ୟମାନେ ପ୍ରଦାନ କରିଥିଲେ । ଟଙ୍କା ନଷ୍ଟ ହେବା ପରେ ଉମ୍ ବ୍ୟତିବ୍ୟସ୍ତ ହୋଇଥିବା ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି । ସେହିପରି କିମ୍ ନାମକ ଜଣେ ବ୍ୟକ୍ତି କୋବିଡ଼-୧୯ ଭୂତାଣୁ ଥିବା ଆଶଙ୍କାରେ ମାଇକ୍ରୋୱେଭରେ ୫.୨ ନିୟୁତ ୱନ ରଖିଥିଲେ । ମାତ୍ର ସେଥିରୁ ଅର୍ଧାଧିକ ନୋଟ ପୋଡ଼ି ଯାଇଥିଲା ।

Comments are closed.