ଭିନ୍ନକ୍ଷମ ତାଲିମ କେନ୍ଦ୍ର ସେକ୍ସ କାରବାର ଅଭିଯୋଗ ଘଟଣା, ଅଟକ ଥିବା ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସମେତ ୬ ଗିରଫ

s

ଭୁବନେଶ୍ବର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଓ ସେକ୍ସ କାରବାର ଅଭିଯୋଗ ଘଟଣାରେ ଅଟକ ଥିବା ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସମେତ ୬ଜଣ ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଡିଏସ୍‌ଏସ୍‌ଓ କିରାଣି ସଂଗ୍ରମା ଦାଶଙ୍କ ସମେତ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ୨ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି। ସେହିପରି ଭୁବନେଶ୍ବରର ଜଣେ ଦଲାଲ ଓ ରାଣୀ ମହୁମାଛିଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ଜଣେ ଦିବ୍ୟାଙ୍ଗ ଯୁବତୀ। ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଦରମା ମାଗିବାରୁ ସଂସ୍ଥାର ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ଥରୁଟିଏ ୫ହଜାର ଟଙ୍କା ଦେଇଥିଲେ । ପରେ ପଇସା ଆସିଲେ ବକେୟା ଟଙ୍କା ଦେବେ କହି ସମୟ ଗଡାଇ ଚାଲିଥିଲେ । ସଂସ୍ଥାରେ କାମ କରିବା ସମୟରେ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ।
ଗତ ନଭେମ୍ବର ୨୩ରୁ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଥିଲା। ପରେ ଏହି ଘଟଣା ସମ୍ନାକୁ ଆସିବା ପରେ ଅଭିଯୁକ୍ତ ସୁରେଶ ବେହେରା ଫେରାର ହୋଇଯାଇଥିଲା।

Comments are closed.