ବରିଷ୍ଠ ଆଇନଜୀବି ସୁରେନ୍ଦ୍ର ନାଥ କର ହେଲେ ପିସିସି ଆଇନ ପ୍ରକୋଷ୍ଠ ଅଧ୍ୟକ୍ଷ

ଭୁବନେଶ୍ୱର : ପିସିସି ଆଇନଜୀବି ପ୍ରକୋଷ୍ଠର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ହାଇକୋର୍ଟର ବରିଷ୍ଠ ଆଇନଜୀବି ସୁରେନ୍ଦ୍ର ନାଥ କର । ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଏଆଇସିସି ଆଇନ ପ୍ରକୋଷ୍ଠର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ବିବେକ ଟାଙ୍ଖା ହାଇକୋର୍ଟର ବରିଷ୍ଠ ଆଇନଜୀବି ଶ୍ରୀ ସୁରେନ୍ଦ୍ର ନାଥ କରଙ୍କୁ ପିସିସି ଆଇନ ପ୍ରକୋଷ୍ଠର ଅଧ୍ୟକ୍ଷଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ବରିଷ୍ଠ ଆଇନଜୀବି ହିସାବରେ ତାଙ୍କର ଅଭିଜ୍ଞତା ଏବଂ କଂଗ୍ରେସ ସହିତ ଜଡ଼ିତ ଥିବା ଶ୍ରୀ କର ପିସିସି ଆଇନ ବିଭାଗକୁ ସୁସଂଗଠିତ କରିବା ସହିତ କଂଗ୍ରେସ ଦଳକୁ କିପରି ମଜବୁତ ଓ କ୍ରିୟାଶୀଳ କରାଯାଇ ପାରିବ ସେଥିପାଇଁ ସେ କାର୍ଯ୍ୟକରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର କହିଛନ୍ତି ।

Comments are closed.