ଜୈନ୍ୟ ସନ୍ନ୍ୟାସୀ ହେଲେ ୧୨ ବର୍ଷର ବାଳିକା

ସୁରତ : ମାତ୍ର ୧୨ବର୍ଷର ବାଳିକା ଖୁସି ଶାହା। ଗତ ଷଷ୍ଠ ଶ୍ରେଣୀ ପରୀକ୍ଷାରେ ସେ ରଖିଥିଲେ ୯୭ପ୍ରତିଶତ ନମ୍ବର। ଏହା ସତ୍ତ୍ବେ ସେ ଗତ ନଭେମ୍ବରରେ ସ୍କୁଲ ଯିବା ଛାଡ଼ି ଦେଇଥିଲେ। ଏହାର କାରଣ ସେତେବେଳେ ସ୍ପଷ୍ଟ ହୋଇ ନ ଥିଲା। ବୁଧବାର ଖୁସି ଜୈନ ସନ୍ନ୍ୟାସିନୀ ଭାବେ ଦୀକ୍ଷା ଗ୍ରହଣ କରିବା ପରେ ଅନେକ ବିସ୍ମୟ ପ୍ରକଟ କରିଛନ୍ତି; ତେବେ ଖୁସି ସଂସାର ତ୍ୟାଗୀ ସ୍ନ୍ୟାସିନୀ ହେବା ନେଇ ତାଙ୍କ ପରିବାରବର୍ଗ ନିଜକୁ ଗର୍ବିତ ମନେ କରୁଛନ୍ତି। ଶାନ୍ତି ଓ ନିର୍ବାଣ ପାଇଁ ଏଭଳି ଜୀବନ ଅନିର୍ବାଜ୍ୟ ବୋଲି ଖୁସି କହିଛନ୍ତି। ଅତୀତରେ ଖୁସିଙ୍କ ପରିବାରର ୪ ସଦସ୍ୟ ସନ୍ନ୍ୟାସ ନେଇଥିବା ଜଣାପଡ଼ିଛି। ​ଜୈନ ଧର୍ମରେ ୮ବର୍ଷ ବୟସ ପରେ ଜଣେ ସନ୍ନ୍ୟାସ ଗ୍ରହଣ କରିପାରିବ। ଖୁସିଙ୍କ ବାପା ବିନିତ ଶାହାଙ୍କ ମତରେ ଏତେ କମ୍‌ ବୟସରେ ତାଙ୍କ ଝିଅର ଅନ୍ତର୍ଦୃଷ୍ଟି ଉଦୟ ହୋଇଥିବା ନେଇ ସେ ଅତ୍ୟନ୍ତ ଆନନ୍ଦିତ; କାରଣ ଖୁବ୍‌ କମ ପିଲା ଏହି ବୟସରେ ସନ୍ଥତ୍ବ ପ୍ରାପ୍ତ ହୋଇଥାଆନ୍ତି। ଖୁସି ଦୀକ୍ଷା ଗ୍ରହଣ ପୂର୍ବରୁ ସାଦାସିଧା ଜୀବନ ଅତିବାହିତ କରୁଥିଲେ। ଖାଲି ପାଦରେ ସେ ହଜାର ହଜାର କିଲୋମିଟର ବୁଲିଛନ୍ତି ବୋଲି ବିନିତ କହିଛନ୍ତି।

Comments are closed.