ଗ୍ୟାସ ଲିକ୍‍, ୬ମୃତ

ସୁରତ: ଗୁଜରାଟର ସୁରତରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଛି । ଆଜି ସକାଳୁ ଗ୍ୟାସ୍ ଲିକ୍ ଯୋଗୁଁ ଏକ ପ୍ରିଣ୍ଟିଂ ମିଲରେ ଶ୍ୱାସରୁଦ୍ଧ ହୋଇ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ, ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଅନୁସାରେ ମିଲ୍ ନିକଟରେ ଏକ ଡ୍ରେନ୍ ରହିଛି । ଡ୍ରେନରେ ଜଣେ ଡ୍ରାଇଭର ବିଷାକ୍ତ ରାଷାୟନିକ ପଦାର୍ଥ ଢ଼ାଲିଥିଲେ । ଫଳରେ ଡ୍ରେନରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା । ଯାହାଦ୍ୱାରା ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟମାନେ ଗୁରୁତର ହୋଇଥିଲେ । ହେଲେ ଏଯାଏ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ।

Comments are closed.