କରୋନାକାଳରେ ସୁରତର ବିଲଡରଙ୍କ ମହାନତା; ୪୨ ପରିବାରଠାରୁ ଭଡ଼ା ନେଉନାହାନ୍ତି

ସୁରତ : କରୋନା କାଳରେ ଲୋକମାନଙ୍କ ଆର୍ଥିକ ସ୍ଥିତି ଗୁରୁତର। କେହିକେହି ଖାଇବାକୁ ବି ସମସ୍ୟା ଭୋଗୁଛନ୍ତି ତ କେହି ଘର ଭଡ଼ା ଦେବାକୁ ସମର୍ଥ ହେଉନାହାନ୍ତି । ଏପରି ସମୟରେ ସୁରତର ଜଣେ ବିଲଡ଼ରଙ୍କ ମହାନତା ବେଶ୍ ଚର୍ଚିତ ହୋଇଛି । ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଲୋକଙ୍କୁ ସହାୟତା ଯୋଗାଇବାକୁ ଏହି ବ୍ୟକ୍ତି ଆଗେଇ ଆସିଛନ୍ତି । ଏହି ବିଲଡ଼ରଙ୍କ ନାଁ ପ୍ରକାଶ ଭାଲାନୀ । ସେ ତାଙ୍କର ନୂଆ ଆପାର୍ଟମେଣ୍ଟରେ ରହୁଥିବା ୪୨ଟି ପରିବାରରୁ ଭଡ଼ା ନେଉନାହାନ୍ତି । କେବଳ ଫ୍ଲାଟର ସିକ୍ୟୁରିଟି ଓ ଅନ୍ୟାନ୍ୟ ଖର୍ଚ ଭରଣା କରିବା ପାଇଁ ପ୍ରତି ଫ୍ଲାଟ ପିଛା ୧୫ ଶହ ଟଙ୍କା ନେଉଛନ୍ତି । କେବଳ ସେତିକି ନୁହେଁ, ଏହି ଲୋକମାନେ ଯେତେଦିନ ଚାହିଁବେ ଫ୍ଲାଟ​‌ରେ ମାଗଣାରେ ରହିପାରିବେ ବୋଲି ପ୍ରକାଶ ଆଶ୍ଵାସନା ଦେଇଛନ୍ତି।
ବିଲଡ଼ର ପ୍ରକାଶ ସୁରତ ଓଲପାଡ଼ ଅଞ୍ଚଳରେ ରୁଦ୍ରାକ୍ଷ ଲେକ ପ୍ୟାଲେସ ନାମକ ଏକ ବଡ଼ ପ୍ରୋଜେକ୍ଟ ନିର୍ମାଣ କରିଛନ୍ତି । କରୋନା ଯୋଗୁଁ ଆପାର୍ଟମେଣ୍ଟ କିଣାବିକା ହୋଇପାରୁନାହିଁ । ତେଣୁ ପ୍ରକାଶ କରୋନାରେ ବିବଶ ଲୋକମାନଙ୍କୁ ମାଗଣାରେ ଫ୍ଲାଟ ଯୋଗାଇ ଦେଇଛନ୍ତି । ଏହି ଆପାର୍ଟମେଣ୍ଟରେ ୯୨ ଫ୍ଲାଟ ରହିଛି, ଯେଉଁଥିରୁ ୪୨ଟି ଫ୍ଲାଟ ଲୋକଙ୍କୁ ସେ ଯୋଗାଇ ଦେଇଛନ୍ତି । ବିଭିନ୍ନ କମ୍ପାନୀରୁ ଚାକିରି ହରାଇଥିବା, ଦରମା ପାଉ ନ ଥିବା ଲୋକମାନେ ଏଠି ରହୁଛନ୍ତି ।

Comments are closed.