ହାଇକୋର୍ଟ ଅଚଳାବସ୍ଥା ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ, କହିଲେ ପୁଲିସ ନପାରିଲେ ସେନା ପଠାଇବୁ

ଭୁବନେଶ୍ବର: ଆଇନଜୀବୀମାନଙ୍କ ଧର୍ମଘଟ ପାଇଁ ହାଇକୋର୍ଟ ଅଚଳ ହୋଇ ପଡିଛି। ଯାହା ଫଳରେ ବହୁ ମାମଲା ସମାଧାନ ନହୋଇ ପଡିରହିଛି। ସାଧାରଣ ଜନତା ଓକିଲମାନଙ୍କ ଧର୍ମଘଟ ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଓକିଲମାନଙ୍କ ଧର୍ମଘଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି। ସୁପ୍ରିମକୋର୍ଟ ଓକିଲଙ୍କ ଧର୍ମଘଟକୁ ନିନ୍ଦା କରିବା ସହ ଓକିଲଙ୍କ ଧର୍ମଘଟ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି। ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ସୁପ୍ରିପକୋର୍ଟ ପ୍ରଶ୍ନ କରିଛନ୍ତି। ହାଇକୋର୍ଟର ଅଚଳାବସ୍ଥାନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥି ସହିତ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ହାଇକୋର୍ଟ କିମ୍ବା କୌଣସି ନିମ୍ନ କୋର୍ଟ ଓକିଲ ମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ଅଚଳ ହେବା ସୁପ୍ରିମକୋର୍ଟର ନିୟମ ଉଲ୍ଲଘନ କରୁଛି।
ସୂଚନାଯୋଗ୍ୟ ହାଇକୋର୍ଟରେ ମହାନଦୀ କୋଲ୍ ଫିଲଡର ଏକ ମାମଲା ରହିଥିଲା କିନ୍ତୁ ଓକିଲଙ୍କ ଧର୍ମଘଟ ଯୋଗୁଁ ହାଇକୋର୍ଟରେ ଶୁଶାଣି ହୋଇପାରିନଥିଲା। ମାମଲାକୁ ସୁପ୍ରିମକୋର୍ଟକୁ ଟ୍ରାନ୍ସଫର କରିବାପାଇଁ ଏମସିଏଲ ଅପିଲ କରିଥିଲା। ଓକିଲଙ୍କ ଧର୍ମଘଟ ଯୋଗୁଁ ଣୁଣାଣି ହୋଇପାରୁନଥିବା ମହାନଦୀ କୋଲ୍ ଫିଲଡର ସୁପ୍ରିମକୋର୍ଟରେ ଆବେଦନରେ ଦର୍ଶାଇଥିଲା। ଏଥିରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ଏବଂ ଓକିଲଙ୍କ ଧର୍ମଘଟକୁ ନିନ୍ଦା କରିବା ସହ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ ଏବଂ ଏପରି ପରିସ୍ଥିତିରେ ସ୍ଥାନୀୟ ପୁଲିସର ପାରିବା ପଣିଆକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଯଦି ସ୍ଥାନୀୟ ପୁଲିସ ସ୍ଥାନିୟ ପୁଲିସ ସ୍ଥିତି ସ୍ବାଭାବିକ ପାଇଁ  ସକ୍ଷମ ନୁହେଁ ତେବେ ପାରାମିଲିଟାରି ଫୋର୍ସ ମୁତୟନ କରିବାକୁ ପଡିବ। ଏନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.