କରୋନା ଟୀକା କିଣିବା ପାଇଁ ଗୋଟିଏ ଦେଶ, ଗୋଟିଏ ମୂଲ୍ୟ ନୀତି କେବେ – ପ୍ରଶ୍ନ କଲେ ସୁପ୍ରିମକୋର୍ଟ

କେନ୍ଦ୍ର ସରକାରଙ୍କ ତୁଳନାରେ ରାଜ୍ୟ ସରକାରଗୁଡ଼ିକ କରୋନା ପ୍ରତିଷେଧକ ଟିକା ପାଇଁ ଅଧିକ ଅର୍ଥ ଦେଉଥିବା ମାମଲାରେ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଷ୍ଟିସ୍‍ ଡି.ୱାଇ. ଚନ୍ଦ୍ରଚୂଡ଼, ଏଲ୍‍.ଏନ୍‍. ରାଓ ଏବଂ ଏସ୍‍. ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଜରୁରୀକାଳୀନ ଔଷଧ, ଟିକା ଏବଂ ମେଡିକାଲ୍‍ ଅମ୍ଳଜାନ ଯୋଗାଣ ସମ୍ପର୍କୀତ ନିଜ ଆଡ଼ୁ ଦାଏର ମାମଲାର ଶୁଣାଣି କରି କାହିଁକି କେନ୍ଦ୍ର ସରକାର ଟିକା ନିର୍ମାତାଙ୍କ ଉପରେ ଦର ନିର୍ଦ୍ଧାରଣ ଧାର୍ଯ୍ୟ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଖଣ୍ଡପୀଠ କହିଛନ୍ତି, ଗୋଟିଏ ଦେଶ ଏବଂ ଗୋଟିଏ ମୂଲ୍ୟ ନୀତି ଏଠାରେ କାର୍ଯ୍ୟକାରୀ କରାଇବା ସରକାରଙ୍କ ଦାୟିତ୍ୱ।୧୮ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଟିକା ଯୋଗାଣ ଓ ପରିବହନ ଦାୟିତ୍ୱ ସରକାର କାହିଁକି ନେବେ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସରକାରଙ୍କ ପକ୍ଷରୁ ଓକିଲ ତୁଷାର ମେହେଟ୍ଟା କହିଛନ୍ତି, ଏ ନେଇ ସରକାର ସମ୍ପୃକ୍ତ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ସହ କଥାବାର୍ତ୍ତା କରୁଛନ୍ତି।

Comments are closed.