ଦୀପାବଳୀରେ ବାଣ ଫୁଟିବ କି ନାହିଁ ? ମଙ୍ଗଳବାର ଆସିବ ସୁପ୍ରିମକୋର୍ଟଙ୍କ ରାୟ

0

ନୂଆଦିଲ୍ଲୀ : ଦୀପାବଳୀରେ ଦିଲ୍ଲୀବାସୀ ବାଣ ଫୁଟାଇ ପାରିବେ କି ନାହିଁ ସେ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ପ୍ରଦାନ କରିପାରନ୍ତି। ପୂର୍ବବର୍ଷ ଅକ୍ଟୋବର ୯ ତାରିଖରେ ଦିଲ୍ଲୀ ଏନସିଆରରେ ବାଣ ଫୁଟାଇବାରେ ସୁପ୍ରିମକୋର୍ଟ କଟକଣା ଜାରି କରିଥିଲେ। ଦୀପାବଳୀ ପରେ ନଭେମ୍ବର ୧ତାରିଖରେ ବାଣ ବିକ୍ରୟ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ୨୦୧୬ରେ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରି ୨୦୧୭ରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାୟରେ ସଂଶୋଧନ ଆଣି ବାଣ ବିକ୍ରୟ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ। ତେଣୁ ଚଳିତବର୍ଷ ବାଣ ବିକ୍ରୟ କରିବାକୁ ନେଇ ସୁପ୍ରିମକୋର୍ଟ କ’ଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି।

Leave A Reply