ଆଜି ବିମୁଦ୍ରାୟନ ମାମଲାର ଶୁଣାଣି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପରିଚାଳିତ କେନ୍ଦ୍ର ସରକାର ଏକହଜାର ଓ ପାଞ୍ଚଶହ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିବା ପ୍ରସଙ୍ଗକୁ ବିରୋଧ କରି ୨୦୧୬ରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି ବୁଧବାର ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ କରିବେ। କେନ୍ଦ୍ର ସରକାର ଏକହଜାର ଓ ପାଞ୍ଚଶହ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିବା ଲୋକଙ୍କ ଜୀବନଧାରଣ, ବ୍ୟାବସାୟିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ ୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା। ଦିଲ୍ଲୀର ଆଇନଜୀବୀ ବିବେକ ନାରାୟଣ ଶର୍ମା ଏହି ମାମଲା ରୁଜୁ କରିଥିଲେ।

Comments are closed.