ସୁପ୍ରିମ କୋର୍ଟରେ ନିର୍ଭୟା ଗଣବଳାତ୍କାର ଘଟଣାର ଶୁଣାଣି

0

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦୧୨ରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣାରେ ସୁପ୍ରିମ କୋର୍ଟ ଅଭିଯୁକ୍ତଙ୍କୁ ଫାସିଦଣ୍ଡରେ ଦଣ୍ଡିତ କରାଯିବ କି ନାହିଁ ଏହା ସ୍ଥିର କରିବେ। ସୁପ୍ରିମ କୋର୍ଟର ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ନିର୍ଭୟାଙ୍କ ପିତା-ମାତା ଅଭିଯୁକ୍ତଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ। ନିର୍ଭୟା ଘଟଣାକୁ ୬ବର୍ଷ ବିତିଲାଣି। ଇତିମଧ୍ୟରେ ଦେଶରେ ନିର୍ଭୟା ସଦୃଶ୍ୟ ଏକାଧିକ ଘଟଣା ଘଟି ଯାଇଛି। ଦେଶର ନାୟିକ ବ୍ୟବସ୍ଥା ଗଣବଳାତ୍କାର ପରି ଜଘନ୍ୟ ଘଟଣାରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି। ନିର୍ଭଙ୍କା ପିତା ପ୍ରଧାନମନ୍ତ୍ରୀଙ୍କୁ ଦେଶର ମହିଳା ଓ ଝିଅମାନଙ୍କ ଉପରେ ହେଉଥିବା ଅପରାଧରେ ଶକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗୁହାରି କରିଛନ୍ତି। ଅଭିଯୁକ୍ତଙ୍କୁ ଫାସିଦଣ୍ଡ ମିଳିଲେ ହିଁ ଏଭଳି ଘଟଣାରେ ସମଗ୍ର ଦେଶବାସୀଙ୍କୁ ସନ୍ତୁଷ୍ଟି ମିଳିବ।
ଏଠାରେ ସୂଚନା ଯୋଗ୍ୟ ମୁଖ୍ୟ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପିଠ ଏହି ଘଟଣାରେ ଅଭିଯୁକ୍ତ ମୁକେଶ(୨୯), ପବନ ଗୁପ୍ତା(୨୨) ଓ ବିନୟ ଶର୍ମା ସୋମବାର ଏହି ମାମଲାରେ ଚୂଡ଼ାନ୍ତ ଶୁଣାଣି କରିବେ। ନିର୍ଭୟାଙ୍କ ସହିତ ଏକ ଚଳନ୍ତା ବସରେ ଉପରୋକ୍ତ ଅଭିଯୁକ୍ତମାନେ ଗଣବଳାତ୍କାର କରିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ନିର୍ଭୟା ସିଙ୍ଗାପୁରସ୍ଥିତ ମାଉଣ୍ଟ ଏଲିଜାବେଥ ଡାକ୍ତରଖାନାରେ ୨୯ଡିସେମ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।
ଏହି ଘଟଣାରେ ସମ୍ପୃକ୍ତ ରାମ ସିଂହ ତିହାଡ଼ ଜେଲରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଜଣେ ନାବାଳକ ମଧ୍ୟ ଥିଲା। ଉକ୍ତ ନାବାଳକକୁ ୩ବର୍ଷ ସୁଧାର ଗୃହରେ ରଖିବା ପରେ ତାଙ୍କୁ ଛାଡ଼ି ଦିଆଯାଇ ଥିଲା।

Leave A Reply