ଭାରତୀୟ ପିଙ୍ଗଳ କୋଡ଼୍‍ ଅନୁଯାୟୀ ଦଣ୍ଡିତ ହେବେ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନକାରୀ

ନୂଆଦିଲ୍ଲୀ: ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ ମାମଲାଗୁଡ଼ିକର ଶୁଣାଣି ମୋଟର ଯାନ ଆଇନ ଅଧୀନରେ ହେବା ସହିତ ଭାରତୀୟ ପିଙ୍ଗଳ କୋଡ଼୍‍ – ଆଇ.ପି.ସି. ଅନୁଯାୟୀ ମଧ୍ୟ କରାଯାଇପାରିବ ବୋଲି ସୁପ୍ରିମ୍‍କୋର୍ଟ ରାୟ ଦେଇଛନ୍ତି। ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ ସଂକ୍ରାନ୍ତ ମାମଲାଗୁଡ଼ିକୁ କେବଳ ମୋଟର ଯାନ ଆଇନ ଅଧୀନରେ ବିଚାର କରିବାକୁ ଗୌହାଟୀ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଆଇ.ପି.ସି. ଅନୁଯାୟୀ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କୁ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ଥିଲାବେଳେ ମୋଟର ଯାନ ଆଇନରେ ଦଣ୍ଡର ପରିମାଣ ଅପେକ୍ଷାକୃତ କମ୍‍ ରହିଛି।

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଇନ୍ଦୁ ମାଲ୍‍ହୋତ୍ରା ଓ ବିଚାରପତି ସଞ୍ଜୀବ୍‍ ଖାନ୍ନାଙ୍କ ଖଣ୍ଡପୀଠ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ଅପରାଧର ମାତ୍ରା ଅନୁଯାୟୀ ଦଣ୍ଡବିଧାନ ସ୍ଥିରୀକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ ରାସ୍ତା ଦୁର୍ଘଟଣା ପାଇଁ ତଂଟି ବ୍ୟକ୍ତିଙ୍କୁ କଠୋର ଦଣ୍ଡ ବିଧାନ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। କୋର୍ଟ କହିଛନ୍ତି, ଭାରତରେ ମୋଟର ଯାନ ସଂଖ୍ୟା ଅଧିକ ହେବା ଫଳରେ, ଦୁର୍ଘଟଣା ମଧୁଆ ବୃଦ୍ଧି ପାଉଛି।

Comments are closed.