ହରିୟାଣା ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ – ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଆରାବଳୀ ପର୍ବତରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ପାଇଁ ଆଇନରେ ସଂଶୋଧନ କରିଥିବାରୁ ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କ ଭତ୍ସନା କରିଛନ୍ତି। ଜଷ୍ଟିସ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏଭଳି ପଦକ୍ଷେପ ଜଙ୍ଗଲକୁ ନଷ୍ଟ କରିଦେବ ତେଣୁ ଅନୁମତି ଦିଆଯିବ ନାହିଁ। ଏଭଳି ପଦକ୍ଷେପକୁ ଦୁର୍ଭାଗ୍ୟଜନକ ବର୍ଣ୍ଣନା କରି ଖଣ୍ଡପୀଠ ରାଜ୍ୟ ସରକାର ଏହି ଆଇନ୍‍ ବଳରେ ଆଉ କୌଣସି ପଦକ୍ଷେପ ନ ନେବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ହରିୟାଣା ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଫେବୃଆରୀ ୨୭ରେ ହରିୟାଣା ବିଧାନସଭାରେ ଆଇନରେ ସଂଶୋଧନ କରିଥିଲେ ଯାହା ଅନୁସାରେ ବହୁ ବର୍ଷ ପୂର୍ବରୁ ସଂରକ୍ଷିତ ଏକର ଏକର ଜମିକୁ କୋଠାବାଡ଼ି ନିର୍ମାଣ ପାଇଁ ଦିଆଯାଇପାରିବ। ସର୍ବୋଚ୍ଚ ନ୍ୟାୟାଳୟ ଆରବଳୀ ପର୍ବତ ପାଦ ଦେଶରେ ସଂରକ୍ଷିତ ଜମିରେ ନିର୍ମାଣ ହୋଇଥିବା କୋଠା ଗୁଡିକୁ ଭାଙ୍ଗିବା ପାଇଁ ଜାନୁଆରୀ ୩୧ ପର୍ଯ୍ୟନ୍ତ ମିଆଦ ବୃଦ୍ଧି କରିଥିଲେ।

Leave A Reply