କେନ୍ଦ୍ର, ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ : ଲୋକଙ୍କ ହିତ ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ କରାଯାଉ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବାବେଳେ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ସଂକ୍ରମଣ ରୋକିବା ଓ ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ଦେଶରେ ସମ୍ପୂର୍ଣ୍ଣ ତାଲାବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ସର୍ବ ଭାରତୀୟ ବଣିକ ସଂଗଠନ (ସିଏଆଇଟି) ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୬୭% ବ୍ୟକ୍ତି ବିଶେଷ ଚାହଁୁଛନ୍ତି ଯେ କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ତାଲାବନ୍ଦ କରାଯାଉ।

Comments are closed.