ଅର୍ଣ୍ଣବ ଗୋସ୍ବାମୀଙ୍କୁ ଧମକ ପ୍ରସଙ୍ଗ: ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଧମକ ଦେବା ଅଭିଯୋଗରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ନୋଟିସ ଜାରି କରିଛନ୍ତି । ଚିଠିର ପ୍ରସଙ୍ଗକୁ ନେଇ ମୁଖ୍ୟ ବିଚାରପତି ଶରଦ ବୋବଡ଼େ ଅସନ୍ତୋଷ ପ୍ରକାଶ କରି ଚିଠିର ଭାଷା ଉପରେ ଆପତ୍ତି ଉଠାଇଛନ୍ତି ।

ବିଧାନସଭା ସଚିବ ଅର୍ଣବ ଗୋସ୍ବାମୀଙ୍କୁ ଲେଖିଥିବା ଚିଠିରେ କୌଣସି ସୂଚନା ଅଦାଲତକୁ ଦିଆଯିବା ଅନୁଚିତ ବୋଲି ଉଲ୍ଲେଖ କରି ଦୀପାବଳି ଜେଲରେ କଟାଇବାକୁ ପଡ଼ିବ ବୋଲି ଉଲ୍ଲେଖ କରିଥିଲେ । ଏହାକୁ ନେଇ ଜଷ୍ଟିସ ବୋବଡ଼େଙ୍କ ନେତୃତ୍ବରେ ଗଠିତ ବେଞ୍ଚ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚିଠିର ଭାଷା ଧମକପୂର୍ଣ୍ଣ ମନେ ହେଉଥିବା ଉଲ୍ଲେଖ କରି ନ୍ୟାୟ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରାଯାଇଥିବା ଅଦାଲତ କହିଛନ୍ତି ।

Comments are closed.