ଆୟୁଷ୍ମାନ ଭାରତ ଲାଗୁ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା

ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ନ ହେବା ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ପି.ଶେଖର ରାଓଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି। ଓଡ଼ିଶା ସହ ୪ଟି ଲାଗୁ ହୋଇନଥିବାରୁ ପି.ଶେଖର ରାଓ ରିଟ୍‌ ପିଟିସନ୍ ଦାଖଲ କରିଥିବା ଜଣାପଡ଼ିଛି। ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ୪ରାଜ୍ୟକୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ। ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ରାଜ୍ୟରେ କ’ଣ ପାଇଁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯାଇନାହିଁ ସେ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ୂବୋଲି ଆଇନ ପରିଚାଳନା କରୁଥିବା ଆଇନଜୀବୀ ଜିତେନ୍ଦ୍ର ରଥଙ୍କ ସୂଚନା ଦେଇଛନ୍ତି।

Comments are closed.