କରୋନା ଚିକିତ୍ସା ପାଇଁ ଆୟୁଷ ଡାକ୍ତରଙ୍କୁ ଅନୁମତି ଦେଲେ ସୁପ୍ରିମ୍କୋର୍ଟ

ନୂଆଦିଲ୍ଲୀ : କରୋନା ଚିକିତ୍ସା ପାଇଁ ଆୟୁଷ ଓ ହୋମିଓପାଥି ଡାକ୍ତରଙ୍କୁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ। ଯୋଗ୍ୟ ଆୟୁଷ ଓ ହୋମିଓପାଥି ଡାକ୍ତରମାନେ ହିଁ କରୋନା ‘ଇମ୍ୟୁନିଟି ବୁଷ୍ଟର୍’ ଭାବେ ସରକାରୀ ଅନୁମୋଦିତ ବଟିକା ଓ ଅନ୍ୟ ଔଷଧ ଦେଇପାରିବେ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି। ସେମାନେ ଏହାକୁ କରୋନା ଉପଶମକାରୀ ଔଷଧ ବୋଲି ବିଜ୍ଞାପିତ କରିପାରିବେ ନାହିଁ ବୋଲି ଏକ ନିର୍ଦେଶନାମାରେ କହିଛନ୍ତି। କରୋନା ମୁକାବିଲା ପାଇଁ ସରକାର ଆରମ୍ଭରୁ ଏହି ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି।