ଅଯୋଧ୍ୟା ମାମଲାର ଶୁଣାଣି ଶେଷ; ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ଶେଷ ହୋଇଛି। ଦୀର୍ଘ ୪୦ଦିନ ହେବ ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ମାମଲାରେ ଶବୁ ପକ୍ଷର ଯୁକ୍ତି ଶୁଣି ସୁପ୍ରିମକୋର୍ଟ ଶେଷରେ ରାୟକୁ ସଂରକ୍ଷିତ ରଖିଛନ୍ତି।୨୩ଦିନ ଭିତରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବ ବୋଲି ସୂଚନା ମିଳିଛି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଗତ ଅଗଷ୍ଟ ୬ରୁ ଲଗାତାର ଶୁଣାଣି କରୁଥିଲେ।

Comments are closed.