ବାବ୍‍ରୀ ମସ୍‍ଜିଦ୍‍ ମାମଲା ସମାଧାନ ମଧ୍ୟସ୍ଥତା ଜରିଆରେ କରାଯିବା ଉଚିତ – ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ରାମ ଜନ୍ମଭୂମି ବାବ୍‍ରୀ ମସ୍‍ଜିଦ୍‍ ବିବାଦୀୟ ଜମି ମାମଲାର ସମାଧାନ ପାଇଁ ଯଦି ଶତକଡ଼ା ୧ ଭାଗ ସମ୍ଭାବନା ରହିଛି, ତେବେ ମଧ୍ୟସ୍ଥତା ଜରିଆରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାରେ ଶୁଣାଣିବେଳେ ଏହି ମତ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଏସ୍‍.ଏ. ବୋବ୍‍ଡେ, ଡି.ୱାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଏବଂ ଏସ୍‍. ଅବଦୁଲ୍‍ ନଜିର୍‍ ଖଣ୍ଡପୀଠରେ ସଦସ୍ୟ ଅଛନ୍ତି। ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ୧୪ଟି ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ୪ଟି ଦେୱାନୀ ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ କହିଥିଲେ, ପାଖାପାଖି ୩ ଏକର ବିବାଦୀୟ ଜମିକୁ ସୁନି ୱାକ୍‍ଫ୍‍ ବୋର୍ଡ଼, ନିର୍ମୋହି ଆଖଡ଼ା ଓ ରାମଲାଲ୍ଲା ମଧ୍ୟରେ ସମାନ ଭାବରେ ବଣ୍ଟାଯିବ। କିନ୍ତୁ ଗତମାସରେ କେନ୍ଦ୍ର ସରକାର ୬୭ ଏକର ଅଣବିବାଦୀୟ ଜମିକୁ ମୂଳ ମାଲିକଙ୍କୁ ଫେରାଇ ଦେବାପାଇଁ ସୁପ୍ରିମ୍‍କୋର୍ଟରେ ଆବେଦନ କରିଥିଲେ।

Leave A Reply