କୃଷି ଆଇନର ସାମ୍ବିଧାନିକ ବୈଧତା ନେଇ ମାମଲା, କେନ୍ଦ୍ରକୁ ଜବାବ ତଲବ

ନୂତନ ଭାବେ ପ୍ରଣୟନ ହୋଇଥିବା ତିନୋଟି କୃଷି ଆଇନର ସାମ୍ବିଧାନିକ ବୈଧତାକୁ ନେଇ ଆଗତ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ଚାରି ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏ ନେଇ ନୋଟିସ୍ ଜାରି କରିଛନ୍ତି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସହମତି ପରେ ଗତ ମାସ ୨୭ରୁ କୃଷି ସେବା ଅଧିନିୟମ, ବାଣିଜ୍ୟ ଅଧିନିୟମ ଏବଂ ଜରୁରୀ ଦ୍ରବ୍ୟ ସଂଶୋଧନ ଅଧିନିୟମ ଲାଗୁ ହୋଇଛି।

ରାଷ୍ଟ୍ରିୟ ଜନତା ଦଳ ସାଂସଦ ମନୋଜ ଝା, କେରଳର କଂଗ୍ରେସ ଲୋକସଭା ସାଂସଦ ଟି.ଏନ. ପ୍ରଥାପନ ଏବଂ ଡ଼ିଏମକେ ରାଜ୍ୟସଭା ସାଂସଦ ତିରୁଚି ଶିବାଙ୍କ ସ୍ୱର ଆଗତ ମାମଲାର ଶୁଣାଣି କରି ଜଷ୍ଟିସ ଏ.ଏସ.ବୋପାନ୍ନା ଏବଂ ଜଷ୍ଟିସ ଭି. ରାମ ସୁବ୍ରମଣିଅମ ଏହି ମାମଲାର ପ୍ରାଥମିକ ଶୁଣାଣି କରି ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନ ପତ୍ରରେ ଦର୍ଶାଯାଇଛି ଯେ ସଂସଦରେ ଗୃହୀତ ହୋଇଥିବା ତିନିଟି କୃଷି ଆଇନ କୃଷିଜାତ ଦ୍ରବ୍ୟର ବଜାର ମୂଲ୍ୟ କମିଟି ବ୍ୟବସ୍ଥାକୁ ଭାଙ୍ଗି ଦେବ।

Comments are closed.