ନିର୍ବାଚନ ପୂର୍ବରୁ ଫଡ୍‌ନବୀସଙ୍କୁ ସୁପ୍ରିମକୋର୍ଟ ଝଟ୍‌କା; ଜାଲ୍‌ ସତ୍ୟପାଠ ମାମଲାରେ ମିଳିଲାନି କ୍ଲିନଚିଟ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବୀସଙ୍କୁ ସୁପ୍ରିମକୋର୍ଟ ଝଟ୍‌କା ଲାଗିଛି। ଜାଲ ସତ୍ୟପାଠ ଦାଖଲ ମାମଲାରେ ସୁପ୍ରିମକୋର୍ଟ ଫଡନବୀସଙ୍କୁ କ୍ଲିନଚିଟ୍‌ ଦେବାକୁ ମନା କରିଦେଇଛନ୍ତି। ଫଳରେ ତାଙ୍କ ବିରୋଧରେ ମାମଲା ଚାଲୁ ରହିବ।

ସୂଚନାଯୋଗ୍ୟ, ଫଡନବୀସଙ୍କ ନାମରେ ୨ଟି ଫୌଜଦାରି ମାମଲା ରହିଥିବା ସତ୍ବେ ୨୦୧୪ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ସମୟରେ ସେ ତାହାକୁ ସତ୍ୟପାଠରେ ଲୁଚାଇଥିଲେ। ଓକିଲ ସତୀଶ ଉକେ ଫଡ୍‌ନବୀସଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ମାମଲା ଦାଏର କରିଥିଲେ। କିନ୍ତୁ କୋର୍ଟ ତାହାକୁ ଖାରଜ କରିଦେଇଥିଲେ। ପରେ ମୁମ୍ବଇ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ଗତବର୍ଷ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଆବେଦନର ଶୁଣାଣି କରି ଫଡନବୀସଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିଚାର ପ୍ରକ୍ରିୟା ଚାଲୁ ରହିବ ବୋଲି କହିଛନ୍ତି। ନିର୍ବାଚନ ଆଇନ ଅନୁସାରେ ଫଡନବୀସଙ୍କ ଦୋଷ ପ୍ରମାଣିତ ହେଲେ ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦର୍ଶାଇବା ଅଭିଯୋଗରେ ତାଙ୍କୁ ୨ବର୍ଷ ଯାଏ ଜେଲ ଦଣ୍ଡ ମିଳିପାରେ।

Comments are closed.