ଆସାମ ଏନଆରସି ମୁଖ୍ୟଙ୍କୁ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସାମର ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି) ଦାୟିତ୍ଵରେ ଥିବା ବରିଷ୍ଠ ଅମଲାତନ୍ତ୍ରୀ ପ୍ରତୀକ ହଜେଲାଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ସୁପ୍ରିମକୋର୍ଟ ଶୁକ୍ରବାର ହଜେଲାଙ୍କୁ ଏନଆରସି ମୁଖ୍ୟ ଦାୟିତ୍ଵରୁ ହଟାଇଦେବା ସହିତ ତାଙ୍କୁ ଡେପୁଟେଶନରେ ମଧ୍ୟପ୍ରଦେଶ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଏନଆରସିର ଆବାହକ ହଜେଲା ଡେପୁଟେଶନରେ ଯିବେ। ତେବେ ଆଟର୍ନି ଜେନେରାଲ କେ. କେ. ବେଣୁଗୋପାଳ ବଦଳିର କାରଣ ପଚାରିବାରୁ ସୁପ୍ରିମକୋର୍ଟ ବଦଳି ଆଦେଶର କାରଣ ଜଣାଇବାକୁ ମନା କରିଦେଇଛନ୍ତି। ଏହା ସହିତ ୭ ଦିନ ମଧ୍ୟରେ ହଜେଲାଙ୍କୁ ବଦଳି କରି କୋର୍ଟଙ୍କୁ ଜଣାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ହଜେଲ ୧୯୯୫ ବ୍ୟାଚ ଆସାମ-ମେଘାଳୟ କ୍ୟାଡରର ଆଇଏଏସ ଅଧିକାରୀ। ସେ ଏନଆରସି ଅପଡେଟ ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ କରିଥିଲେ। ଗତ ଅଗଷ୍ଟ ୩୧ରେ ଏନଆରସିର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା, ଯେଉଥିରୁ ୨୦ ଲକ୍ଷ ଲୋକ ବାଦ୍‌ ପଡ଼ିଥିଲେ।

Comments are closed.