ଶେଲ୍ଟର ହୋମ୍ର ୩୫ ଶିଶୁଙ୍କୁ କରୋନା, ଜବାବ ମାଗିଲେ ସୁପ୍ରିମକୋର୍ଟ

ଚେନ୍ନାଇ: ଚେନ୍ନାଇର ରାୟପୁରମସ୍ଥିତ ଏକ ସରକାରୀ ଶେଲଟର ହୋମ୍ରେ ୩୫ ଶିଶୁ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହି ଶିଶୁମାନଙ୍କର କରୋନା ପରୀକ୍ଷା କରାଯିବା ପରେ ସମସ୍ତ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ନିଜଆଡୁ ଅବଗତ ହୋଇଛନ୍ତି। ଆଶ୍ରୟ ଗୃହରେ କିପରି କରୋନା ବ୍ୟାପିଲା ସେ ସମ୍ପର୍କରେ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ପିଲାମାନଙ୍କୁ ସୁରକ୍ଷା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।