ଧାରା ୩୭୦; ଜବାବ ରଖିବାକୁ କେନ୍ଦ୍ରକୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠରେ ମଙ୍ଗଳବାର ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ଆବେଦନ ଉପରେ ଶୁଣାଣି ହୋଇଥିଲା। ଆବେଦନଗୁଡ଼ିକ ଉପରେ ଜବାବ ରଖିବା ଲାଗି ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ଆଟର୍ନୀ ଜେନେରାଲ କେ. କେ. ବେଣୁଗୋପାଳ ସୁପ୍ରିମକୋର୍ଟରେ କହିଥିଲେ ଜବାବ ଦାଖଲ ପାଇଁ ସମୟ ଲୋଡ଼ିଥିଲେ। ସମସ୍ତ ଆବେଦନ ଉପରେ ଜବାବ ରଖିବା ଲାଗି ୪ ସପ୍ତାହ ସମୟ ଦେବାକୁ ବେଣୁଗୋପାଳ ଖଣ୍ଡପୀଠ ନିକଟରେ ନିବେଦନ କରିଥିଲେ। ଖଣ୍ଡପୀଠ ଏହାକୁ ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ଆସନ୍ତା ନଭେମ୍ବର ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Comments are closed.