ଏମଏସଏମଇ ଉଦ୍ୟୋଗକୁ ୫୯ ମିନିଟରେ ପ୍ରଦାନ କରାଯିବ ୧ କୋଟି ଟଙ୍କାର ଋଣ : ମୋଦୀ

0

ନୂଆଦିଲ୍ଲୀ : ଜିଏସଟିରେ ପଞ୍ଜିକୃତ ହୋଇଥିବା ପ୍ରତ୍ୟେକ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ଗୁଡ଼ିକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ କିମ୍ବା ପୁରୁଣା ଋଣ ଉପରେ ଶତକଡ଼ା ୨ ଭାଗର ସୁଧ ରିହାତି ମିଳିବ। ଏହିସବୁ ଉଦ୍ୟୋଗ କ୍ଷେତ୍ରଗୁଡ଼ିକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ୫୯ ମିନିଟ୍‍ ଭିତରେ ମଞ୍ଜୁର କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଶୁକ୍ରବାର ସନ୍ଧ୍ୟାରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସହାୟତା ଏବଂ ଜନ ସଂପର୍କ ଅଭିଯାନ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି, ଏହି ଉଦ୍ୟୋଗ ଗୁଡ଼ିକର ରପ୍ତାନୀରେ ଋଣ ଉପରେ ସୁଧ ରିହାତିକୁ ବର୍ତ୍ତମାନର ଶତକଡ଼ା ୩ ଭାଗରୁ ଶତକଡ଼ା ୫ ଭାଗକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁସବୁ କମ୍ପାନୀର କାରବାର ୫୦୦ ନିୟୁତକୁ ଅତିକ୍ରମ କରିଯାଇଛି ସେମାନଙ୍କୁ ବର୍ତ୍ତମାନ ବାଣିଜ୍ୟ ବ୍ୟବସାୟ ପାଇଁ ପ୍ରଦାନ କରାଯାଉଥିବା କରାଯାଉଥିବା ଇ-ରିଆତି ବ୍ୟବସ୍ଥା ମଧ୍ୟକୁ ଅଣାଯିବ, ଯାହାଫଳରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଆସିବାରେ କୌଣସି ଅସୁବିଧା ହେବ ନାହିଁ। ସରକାରଙ୍କଦ୍ୱାରା କରାଯାଇଥିବା ସଂସ୍କାର ଓ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଆଜି ଭାରତରେ ସହଜରେ ବ୍ୟବସାୟ କରିବା ସରଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତରେ ସାଢ଼େ ୬ କୋଟି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୧୧ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଏହି ଅବସରରେ କହିଛନ୍ତି। ଭାରତ ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱର ଦ୍ରୁତ ବିକାଶକାରୀ ରାଷ୍ଟ୍ର ହୋଇ ରହିବ ଓ ଅର୍ଥନୀତି ଆହୁରି ଅଧିକ ଅଗ୍ରଗତି କରିବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।

Leave A Reply