ରାଉରକେଲା କଣ୍ଟେନମେଣ୍ଟ ଜୋନରୁ ପଜିଟିଭ୍ ଚିହ୍ନଟ ହୋଇଥିବା ୨୯ ବର୍ଷୀୟ ମହିଳା ହୋଇପାରନ୍ତି ସ୍ପ୍ରେଡର !

ରାଉରକେଲା : ରାଉରକେଲା କଣ୍ଟେନମେଣ୍ଟ ଜୋନରୁ ପଜିଟିଭ୍ ଚିହ୍ନଟ ହୋଇଥିବା ୨୯ ବର୍ଷୀୟ ମହିଳା ସୁପର ସ୍ପ୍ରେଡର ହୋଇ ପାରନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ମିହିଳା ଜଣଙ୍କ ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କରେନା ପଜିଟିଭ୍ ଚିହ୍ନଟ ହୋଇଥିବା ମହିଳା ଜଣଙ୍କ ଘରେ ରହୁଥିଲେ ସତ ହେଲେ ତାଙ୍କର ପିଲା ମାନେ ୨୨ ମାର୍ଚ୍ଚ ରୁ ୩ ମେ ପର୍ଯ୍ୟନ୍ତ ନିୟମିତ ଭାବେ ବାହାରକୁ ଯାଉଥିଲେ ଖେଳିବା ପାଇଁ ଏବଂ ମହିଳାଙ୍କ ସ୍ୱାମୀ ମଧ୍ୟ ନିୟମିତ ଭାବେ ୨୨ ମାର୍ଚ୍ଚ ରୁ ୩ ମେ ପର୍ଯ୍ୟନ୍ତ ରାଉରକେଲାର ବ୍ୟାଙ୍କ ବୁଲିଛନ୍ତି !

ସବୁଠୁ ସାଙ୍ଘାତିକ କଥା ହେଲା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମହିଳା ଜଣଙ୍କ ନିଜେ ୩୦ ମାର୍ଚ୍ଚ ଏବଂ ୨୦ ଏପ୍ରିଲ ରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଯାଇ ଚିକିତ୍ସିତ ହେଇଛନ୍ତି। ୩ ମେ ରେ ଟେଷ୍ଟ ହେଲା ପରେ ତାଙ୍କର ପଜିଟିଭ୍ ଆସିଥିଲା  । ଯଦି ମହିଳା ଏବଂ ତାଙ୍କର ପରିବାରର ଟ୍ରାଭେଲ ହିଷ୍ଟ୍ରି ଦେଖାଯାଏ ତେବେ ରାଉରକେଲା ବାସୀଙ୍କ ପାଇଁ ଏହା ନିଶ୍ଚିତ ଏକ ସାଙ୍ଘାତିକ ଏବଂ ଚିନ୍ତାଜନକ ବିଷୟ । ତେବେ ମହିଳା ଙ୍କ ସ୍ୱାମୀ କେଉଁ କେଉଁ ବ୍ୟାଙ୍କ କିମ୍ବା ଅନ୍ୟ କେଉଁଠିକୁ ଯାଇଛନ୍ତି ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଆରଜିଏଚ ରେ ମଧ୍ୟ ସେ କାହା ସଂସ୍ପର୍ଶରେ ଆସିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Comments are closed.