କୋହଲୀଙ୍କ ଜନ୍ମଦିନ ଅବସରରେ ‘ସୁପର୍‍ ଭି’ର ଶୁଭମୁକ୍ତି

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ମଙ୍ଗଳବାର ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶ ବିଦେଶର ବିଭିନ୍ନ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ତାଙ୍କ ଉପରେ ଆଧାରିତ ଆନିମେଟେଡ଼୍‍ ସିରିଜ୍‍ ‘ସୁପର୍‍ ଭି’ ମଧ୍ୟ ଆଜି ମୁକ୍ତିଲାଭ କରୁଛି। ଅର୍ଥାତ୍‍ ଦର୍ଶକ ଆଜିଠାରୁ ଷ୍ଟାର ପ୍ଲସ୍‍, ଡିଜ୍‍ନୀ ଇଣ୍ଡିଆ, ଷ୍ଟାର ସ୍ପୋର୍ଟସ୍‍ ଏବଂ ହଟ୍‍ଷ୍ଟାରରେ ଏହି ସିରିଜ୍‍କୁ ଦେଖିପାରିବେ। ଏହାକୁ ନେଇ କୋହଲୀଙ୍କ ପ୍ରଶଂସକମାନେ ଖୁବ୍‍ ଉତ୍ସାହିତ ଅଛନ୍ତି।

ସୂଚନାଯୋଗ୍ୟ, ଏହି ସିରିଜ୍‍ କୋହଲୀଙ୍କ ପିଲାଦିନ ଦ୍ୱାରା ଅନୁପ୍ରେରିତ। ତେବେ ‘ସୁପର୍‍ ଭି’ ପିଲା ଓ ଯୁବ ଦର୍ଶକମାନଙ୍କୁ ଅନୁପ୍ରାଣିତ କରିବ ଓ ସେ ବୁଝିଥିବା ଜୀବନର ମୂଲ୍ୟବୋଧକୁ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି କୋହଲୀ ଆଶା ପ୍ରକାଶ କରିଛନ୍ତି। ଏଥିରେ କୋହଲୀଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିବ। ଏହି ସିରିଜ୍‍ ସହ ଜଡ଼ିତ ଥିବାରୁ କୋହଲୀ ଖୁବ୍‍ ଖୁସି ଓ ଉତ୍ସାହିତ ଥିବା କହିଛନ୍ତି।

Comments are closed.