ବଦଳିଲା ସୁପର ଓଭର ନିୟମ

ନୂଆଦିଲ୍ଲୀ : କ୍ରିକେଟରେ ନକଆଉଟ୍ ମ୍ୟାଚ ପାଇଁ ହେଉଥିବା ସୁପର ଓଭରର ନିୟମକୁ ପରିବର୍ତ୍ତନ କରାଯାଇଛି। ଆଇସିସି ସମସ୍ତ ବଡ଼ ଟୂର୍ଣ୍ଣାମେଣ୍ଟ ପାଇଁ ସୁପର ଓଭର ନିୟମରେ ପରିବର୍ତ୍ତନ କରିଥିବା ଜଣାପଡିଛି। ଏଣିକି ସୁପର ଓଭରରେ ମ୍ୟାଚ ଟାଇ ହେଲେ ଆଉ ବାଉଣ୍ଡରୀ ଗଣନା କରି ନିଷ୍ପତ୍ତି ନିଆଯିବନାହିଁ। ନୂତନ ନିୟମ ମୁତାବକ ଯଦି ସେମି ଫାଇନାଲ କି ଫାଇନାଲ ମୁକାବିଲାରେ ସୁପର ଓଭରରେ ଉଭୟ ଦଳ ସମାନ ସ୍କୋର କରନ୍ତି ତେବେ ପୁଣି ଥରେ ସୁପର ଓଭର ହେବ। ସୁପର ଓଭର ସେ ପର୍ଯ୍ୟନ୍ତ ଚାଲିଥିବ ଯେ ପର୍ଯ୍ୟନ୍ତ କୌଣସି ଗୋଟିଏ ଦଳ ବିଜେତା ନ  ହୋଇଛି।

ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଫାଇନାଲରେ ଉଭୟ ଦଳ ସମାନ ୨୪୧ ରନ୍ କରିଥିଲେ, ଯାହା ପରେ ସୁପର୍ ଓଭର କରାଯାଇଥିଲା। ସୁପର ଓଭରରେ ମଧ୍ୟ ଉଭୟ ଦଳ ସମାନ ୧୫ ରନ୍ ଲେଖାଏ କରିଥିଲେ ଏବଂ ମ୍ୟାଚ୍ ଟାଇ ରହିଥିଲା। ଏହା ପରେ ଅଧିକ ବାଉଣ୍ଡ୍ରୀ ମାରିବା ଯୋଗୁ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା। ଏହି ବିବାଦିତ ନିୟମ ପରେ ଆଇସିସିକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

Comments are closed.