ରିଲିଜ୍‍ ହେଲା ‘ସୁପର ୩୦’ର ଟ୍ରେଲର

ମୁମ୍ବଇ : ହ୍ରିତିକ୍‍ ରୋଶନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସୁପର ୩୦’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ହ୍ରିତିକ ଆନନ୍ଦଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ହ୍ରିତିକଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିବ। ଟ୍ରେଲର ରିଲିଜ୍‍ ହେବା ପରେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳୁଥିବା ପରିଲକ୍ଷିତ ହୋଇଛି। ଲୋକେ ଚଳଚ୍ଚିତ୍ରରେ ହ୍ରିତିକଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି।
୨ ମିନିଟ୍‍ ୩୭ ସେକେଣ୍ଡର ଏହି ଟ୍ରେଲରରେ ହ୍ରିତିକଙ୍କ ବିହାରୀ କଥା ଓ ଠାଣି ଦେଖିବାକୁ ମିଳିଛି। ଏହା ବ୍ୟତୀତ ସଆଇଡି ଧାରାବାହିକରେ ଅଭିଜିତ୍‍ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ଆଦିତ୍ୟ ଶ୍ରୀବାସ୍ତବଙ୍କୁ ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି। ହ୍ରିତିକଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଚଳଚ୍ଚିତ୍ର ୧୨ ଜୁଲାଇରେ ମୁକ୍ତିଲାଭ କରିବ।

Comments are closed.