‘ସୁପର ୩୦’ର ଏକ ପୋଷ୍ଟର ଶେୟାର କରି ଟ୍ରେଲର ରିଲିଜ୍‍ ତାରିଖ ଘୋଷଣା କଲେ ହ୍ରିତିକ

ମୁମ୍ବଇ : ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ର ଏକ ପୋଷ୍ଟର ରବିବାର ରିିଲିଜ୍‍ ହୋଇଛି। ବିଭିନ୍ନ ବିବାଦ ଦେଇ ଗତି କରିଥିବା ଏହି ଚଳଚ୍ଚିତ୍ର ଏବେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି ଓ ଏହାର ପୋଷ୍ଟର ନିଜେ ହ୍ରିତିକ ସାମାଜିକ ଗଣମାଧ୍ୟରେ ଶେୟାର କରିଛନ୍ତି। ଏହାସହ ଏହାର ଟ୍ରେଲର ରିଲିଜ୍‍ ତାରିଖ ମଧ୍ୟ ସେ ଘୋଷଣା କରିଛନ୍ତି। ଆସନ୍ତା ୪ ତାରିଖରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‍ ହେବ ବୋଲି ହ୍ରିତିକ ସୂଚନା ଦେଇଛନ୍ତି।

ପୋଷ୍ଟରରେ ହ୍ରିତିକ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଛି। ସେହିପରି ପୋଷ୍ଟରର ତଳ ଭାଗରେ କିଛି ପିଲା ଅଛନ୍ତି, ଯେଉଁମାନେ ଖୁସିରେ ନାଚୁଥିବା ନଜର ଆସିଛନ୍ତି। ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ପ୍ରଥମେ ଏହା ୨୬ ଜୁଲାଇରେ ମୁକ୍ତିଲାଭ କରିବାର ଥିଲା। ପରେ ତାରିଖ ପରିବର୍ତ୍ତନ କରାଯାଇ ୧୨ ଜୁଲାଇରେ ମୁକ୍ତିଲାଭ କରିବାକୁ ଧାର୍ଯ୍ୟ କରାଯାଇଛି।

Comments are closed.