ହାତୀ ଦାନ୍ତ ଚୋରି ଓ ହତ୍ୟା ଘଟଣା ; ଦୁଇ ବନ ବିଭାଗ କର୍ମଚାରୀ ନିଲମ୍ବିତ

ନୟାଗଡ଼ : ଗୋଛା ସଂରକ୍ଷିତ ଜଙ୍ଗଲରେ ହାତୀ ଦାନ୍ତ ଚୋରି ଓ ହତ୍ୟା ଘଟଣାରେ ଦୁଇ ଜଣ ବନ ବିଭାଗ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ ଫରେଷ୍ଟର୍‌ କୈଳାଶ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱଜିତ ସାମନ୍ତରା । ସୂଚନାଯୋଗ୍ୟ, ଦଶପଲ୍ଲା ଜଙ୍ଗଲରୁ ୭ ଜଣିଆ ହାତୀପଲ ଆସି ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ଚଳପ୍ରଚଳ କରୁଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀର ମୃତଦେହ ସୋମବାର ଉଦ୍ଧାର କରାଯାଇଥିଲା । ଶିକାରୀମାନେ ମୃତ ହାତୀର ଦାନ୍ତ କାଟି ନେଇଯାଇଥିଲେ । ବନ ବିଭାଗ କର୍ମଚାରୀ ଅବହେଳା ଯୋଗୁଁ ଏଭଳି ଘଟିଥିଲା ବୋଲି ଅଭିଯୋଗ ହୋଇଥିଲା ।

Comments are closed.