ମଡେଲ୍‌ଙ୍କ ପାଇଁ ପତ୍ନୀକୁ ହତ୍ୟା କରିବାକୁ  ୧୦ ଲକ୍ଷ ଟଙ୍କାର ସୁପାରୀ

0

ନୂଆଦିଲ୍ଲୀ . –  ଜଣେ ମଡେଲ୍‌ଙ୍କୁ ପ୍ରେମକରିବା ପରେ ଶିକ୍ଷୟତ୍ରୀଥିବା ପତ୍ନୀଙ୍କୁ  ହତ୍ୟା କରିବା ପାଇଁ ହତ୍ୟାକାରୀ ପତ୍ନୀ ଜଣେ  ପେଷାଦାର ଅପରାଧୀକୁ ୧୦ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା । ଦଶ ଲକ୍ଷ ଟଙ୍କା ସୁପାରୀ ନେବାପରେ ଅଭିଯୁକ୍ତ ନୂଆଦିଲ୍ଲୀର ରୋହିଣୀ ବାଓ୍ୱାନା ଅଞ୍ଚଳରେ ଗୁଳି କରି ହତ୍ୟା କରିଥିଲା । ଅପରାଧୀ ଜଣଙ୍କ ଶେହଜାଦ ସୈଫି ଓ ତା ଘର ମୀରଟରେ ।

ଅକ୍ଟୋବର ୨୯ ତାରିଖରେ ସୈଫି ତାହାର ଦୁଇଜଣ ସହଯୋଗୀଙ୍କ ସହ ସୁନୀତା ନାମକ ଶିକ୍ଷୟତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲା । ସୁନୀତଙ୍କ ସ୍ୱାମୀ ମନ୍‌ଜିତ୍‌ ନିଜ ପତ୍ନୀଙ୍କୁ  ହତ୍ୟା କରିବା ପାଇଁ  ସୁପାରୀ ଦେଇଥିଲେ । ଅନ୍ୟଜଣେ ମଡେଲ୍‌ଙ୍କ ସହ ସମ୍ପର୍କ ଯୋଗୁଁ ସେ ଏପରି କରିଥିଲେ ।  ଏହି ଘଟଣାରେ ପୁଲିସ୍‌ ସୁନୀତାଙ୍କ ସ୍ୱାମୀଙ୍କ ସହ ମଡେଲ୍‌ ଆଞ୍ଜେଲ ଗୁପ୍ତା, ରାଜୀବ ଓ ଦୀପକ ନାମକ ଅଭିଯୁକ୍ତମାନଙ୍କୁ  ଗିରଫ କରିଛି ।

Leave A Reply