ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର  

ଖୋର୍ଦ୍ଧା: ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରକୁ ହୋଇଥିବା ଗୁଳିମାଡ ଘଟଣାରେ ପୁଲିସ ହାତରେ ସୁରାକ୍ ଲାଗିଛି। ଡାକ୍ତରଙ୍କ ଉପରକୁ ଗୁଳି ଚଳାଇବା ପାଇଁ ସୁପାରି କିଲର କୁ ନିୟୋଜିତ କରାଯାଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। କିଏ ଏହି ସୁପାରି କିଲରକୁ ନିୟୋଜିତ କରିଥିଲା ସେନେଇ ସଠିକ୍ ତଥ୍ୟ ମିଳିପାରିନାହିଁ। ପୁଲିସ ଛାନଭିନ୍ ଜାରି ରଖିଛି, ଖୁବ୍ ଶୀଘ୍ର ଅପରାଧୀକୁ ଗିରଫ କରାଯିବ ବୋଲି ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏକ ଘରୋଇ କ୍ଲିନିକରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାସଙ୍କ ଉପରକୁ ଗୁଳି ମାଡ ହୋଇଥିଲା। ମୁହଁରେ ମୁଖାବାନ୍ଧି ୨ ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଗୁଳିମାଡ କରି ବାଇକରେ ଫେରାର ହୋଇଯାଇଥିଲେ। ଏଥିରେ କ୍ଲିନିକ ଚଳାଉ ଥିବା ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ମଧ୍ୟ ଆହତ ହୋଇଥିଲେ। ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ସୋମବାର ମୃତ୍ୟୁ ହୋଇଛି।

Comments are closed.