କେରଳ ବନ୍ୟା ପୀଡିତଙ୍କ ପାଇଁ ସନି ଲିଓନିଙ୍କ ସହୟତାର ହାତ

0

ମୁମ୍ବଇ : କେରଳ ଭୟଙ୍କର ବନ୍ୟାର କରାଳ ରୂପ ଭାରତ ସମେତ ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ଗଭୀର ଆଲୋଡନ ସୃଷ୍ଟି କରିଛି। ବନ୍ୟା ପୀଡିତଙ୍କୁ ବିଭିନ୍ନ ମହଲରୁ ସହାୟତାର ହାତ ବଢି ଚାଲିଛି। ବଲିଉଡ କଳାକାର ମାନେ ମଧ୍ୟ କେରଳ ବନ୍ୟା ପିଡୀତଙ୍କୁ ସହାୟତାର ହାତ ବଢାଇଛନ୍ତି। ତେବେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସନି ଲିଓନି କେରଳ ବନ୍ୟା ପିଡୀତଙ୍କୁ ୫କୋଟି ଟଙ୍କାର ସହାୟତା ଦେଇଥିଲେ।
ତେବେ ବନ୍ୟାର ବିଭତ୍ସ ରୂପ ଓ ଲୋକଙ୍କ ଦୁର୍ଦ୍ଦଶା ଦେଖି ତାଙ୍କ ସ୍ୱାମୀ ଡାନିଏଲ ୱେବରଙ୍କ ସହ ମିଶି ବନ୍ୟା ପିଡୀତ ମାନଙ୍କୁ ଆହୁରି ସାହାଯ୍ୟ କରିଛନ୍ତି। ସନି ଲିଓନି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ନୂଆ ଫଟୋ ଅପଲୋଡ କରି ଏହି ସୂଚନା ଦେଇଛନ୍ତି। ସନି ଲେଖିଛନ୍ତି, ‘ଡାନିଏଲ ଏବଂ ମୁଁ ବନ୍ୟା ପିଡୀତଙ୍କ ପାଇଁ ୧.୩ଟନ୍‍ ଡାଲି ଦେଇଛୁ, ମୁଁ ଜାଣିଛି ଏହା ସମସ୍ତ ପୀଡିତଙ୍କ ପାଇଁ କିଛି ନୁହେଁ। କିନ୍ତୁ ଏହା କିଛିମାତ୍ରାରେ ସାହାଯ୍ୟ କରିବ ବୋଲି ମୁଁ ମନେକରୁଛି’।
ସୂଚନା ଯୋଗ୍ୟ ସନି ଲିଓନିଙ୍କ କେରଳ ସହ ଭଲ ସମ୍ପର୍କ ରହିଛି। ପ୍ରଥମ ଥର ପାଇଁ ସନି ଯେବେ କେରଳ ଯାଇଥିଲେ ବହୁପରିମାଣରେ ଲୋକ ତାଙ୍କୁ ସ୍ୱାଗତ କରିଥିଲେ। ଯାହାକୁ ଦେଖି ସନି ଲିଓନି ବହୁତ ଖୁସି ହୋଇଥିଲେ। ବର୍ତ୍ତମାନ ସନି ରିଆଲିଟି ଶୋ’ ‘ସ୍ପିଡଭିଲା’ ଉପସ୍ଥାପନା କରୁଛନ୍ତି।

Leave A Reply