ୟୁପି ଭୋଟର ତାଲିକାରେ ୫୧ବର୍ଷିୟା ସନି ଲିଓନି

0

ଲକ୍ଷ୍ନୌ: ଉତ୍ତରପ୍ରଦେଶର ୨୦୧୯ଲୋକସଭା ନିର୍ବାଚନ ପାଇଁ ସଂଶୋଧିତ ଭୋଟର ତାଲିକାରେ ସନି ଲିଓନି, ହାତୀ, ହରିଣ ପ୍ରମୁଖଙ୍କୁ ସ୍ଥାନ ମିଳିଛି। ଉତ୍ତରପ୍ରଦେଶର ବାଲିଆ ନିର୍ବାଚନ କ୍ଷେତ୍ରର ଦୂର୍ଗବତୀ ସିଂହ(୫୧)ଙ୍କ ଭୋଟର ତାଲିକାରେ ସନି ଲିଓନିଙ୍କ ଫଟୋ ଲାଗିଥିବା ଦୃଶ୍ୟମାନ ହୋଇଛି। ସେହିପରି ଜଣେ ୫୬ବର୍ଷିୟ ବ୍ୟକ୍ତିଙ୍କ ଭୋଟର ତାଲିକାରେ ହାତୀର ଫଟୋ ଦୃଶ୍ୟମାନ ହୋଇଛି। ସେହିପରି କିଛି ଭୋଟରଙ୍କ ନାମ ପାଶ୍ୱର୍ରେ ପଶୁ ପକ୍ଷୀଙ୍କ ଫଟୋ ରହିଥିବା ଦେଖିବାକୁ ମିଳିଛି। ଏଭଳି ଭୋଟର ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି କାର୍ଯ୍ୟ ଦାୟିତ୍ୱ ନେଇଥିବା ସଂସ୍ଥା ଉପରେ ତଦନ୍ତ ନିର୍ଦେଶ ଦିଆଯାଇଛି।

Leave A Reply