ହିତକାରୀ ସୂର୍ଯ୍ୟକିରଣ

ସୂର୍ଯ୍ୟାଲୋକରେ ପ୍ରତିଦିନ ଅଳ୍ପ କିଛି ସମୟ ଶାରୀରିକ ପରିଶ୍ରମ କରିବା ଶରୀର ନିମନ୍ତେ ହିତକାରୀ। ବିଶେଷ କରି ସକାଳବେଳାର କିରଣ ଆମ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ମଧ୍ୟ ଯୋଗାଇଥାଏ। ଦୈନିକ ଅତିକମ୍‌ରେ ୧୫ ମିନିଟ୍ ସୂର୍ଯ୍ୟ ରଶ୍ମି ବିଚ୍ଛୁରିତ ହେଉଥିବା ସ୍ଥାନରେ କୌଣସି କାମ କରିବା ଉଚିତ ବୋଲି ବିଶେଷଜ୍ଞଙ୍କ ମତ।
– ଆଖିର ଜ୍ୟୋତି ବୃଦ୍ଧି ନିମନ୍ତେ ଏଇ ଉପାୟ କରନ୍ତୁ। ଛାତ ଉପରେ ସକାଳବେଳା ବସିବା ସହ ସୂର୍ଯ୍ୟକିରଣ ଦିଗକୁ ହାତପାପୁଲି କରି ପରସ୍ପରକୁ ମାଲିସ୍ କରି ଦୁଇ ଆଖି ଉପରେ କିଛି ସେକେଣ୍ଡ ରଖିବେ। ଏଇ ଉପାୟ କଲେ ଆଖି ତଳ କଳାଦାଗ ଦୂର ହେବା ସହ ଦୃଷ୍ଟି ଶକ୍ତି ଭଲହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ଗାଁଗହଳିର ବୟସ୍କ ଲୋକ ନିୟମିତ ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ବସାଉଠା କରିଥାନ୍ତି। ଏହା ଅନ୍ୟତମ କାରଣ ଯେ ସେମାନେ ସୁସ୍ଥ ରହିବା ସହ ଦୃଷ୍ଟି ଶକ୍ତି ମଧ୍ୟ ଭଲ ରହିଥାଏ।
– ଅନିଦ୍ରା ସମସ୍ୟାର ଉପଚାର ମଧ୍ୟ ଏହା ମାଧ୍ୟମରେ ହୋଇଥାଏ। ଭୋରବେଳା ଉଠି ଯୋଗ, ପ୍ରାଣାୟମ କରିବା ପରେ ୫-୭ ମିନିଟ୍ ଛାତ ଉପରେ ଚଲାବୁଲା କରନ୍ତୁ। ସୂର୍ଯ୍ୟକିରଣରେ ଥିବା ତତ୍ତ୍ବ ଆମ ନିଦ୍ରାହୀନତା ସମସ୍ୟାର ମଧ୍ୟ ଉପଚାର କରେ।
– ଭିଟାମିନ୍‌ ଡି’ର ଉତ୍ତମ ଖୋରାକ୍ ଭାବେ ଜଣାଯାଉଥିବା ସୂର୍ଯ୍ୟରଶ୍ମି ଆମ ହାଡ଼, ଗୋଡ଼କୁ ମଧ୍ୟ ଶକ୍ତ କରିଥାଏ। ନବଜାତ ଶିଶୁଙ୍କ ଉପରେ ମଧ୍ୟ ସୂର୍ଯ୍ୟକିରଣ ପଡ଼ିବା ଖୁବ୍ ଭଲ।
– ଅବସାଦଗ୍ରସ୍ତ ଲୋକଙ୍କୁ ମଧ୍ୟ ଦିନ ସମୟରେ ବାହାର କରିବାକୁ ବର୍ତ୍ତମାନ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି; କାରଣ ସୂର୍ଯ୍ୟକିରଣରେ କିଛି ସମୟ କାମ କଲେ ‘ସେରେଟୋନିନ୍’ ନାମକ ତତ୍ତ୍ବ ସ୍ରାବ ହୋଇଥାଏ, ଯାହା ମାନସିକ ଚାପକୁ କମ୍ କରିଥାଏ।
– ବିଶେଷଜ୍ଞ ଦଳର କହିବାନୁସାରେ, ପ୍ରତିଦିନ ୧୫-୩୦ ମିନିଟ୍ ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ କାମ କରନ୍ତୁ। ହେଲେ ଅଧିକ ସମୟ ଧରି ଖରାରେ କାମ କରିବା ମଧ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

Comments are closed.