ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁନୀତା ଲାକ୍ରା

0

ରାଉରକେଲା : ଭାରତୀୟ ମହିଳା ହକି ଦଳର ପ୍ରାକ୍ତନ ଅଧିନାୟିକା ତଥା ଅଲମ୍ପିଆନ ୨୭ ବର୍ଷିୟା ସୁନୀତା ଲାକ୍ରା ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଓଡ଼ିଶା ରିଜର୍ଭ ପୁଲିସରେ କାର୍ଯ୍ୟରତ ତଥା ଜାତୀୟ ହକି ଖେଳାଳି ସୁମନ ଦୀପକ ଟପ୍ପୋଙ୍କ ସହିତ ତାଙ୍କର ବିବାହ ରାଜଗାଙ୍ଗପୁର ବ୍ଲକ କେଶ୍ରାମାଲ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମର ପାରମ୍ପରିକ ରୀତିରେ ସମ୍ପନ୍ନ ହୋଇଛି । ଏହି ବିବାହ ଉତ୍ସବରେ ସୁନୀତାଙ୍କ ପରିବାରବର୍ଗ ସମେତ ରାଜ୍ୟ ଓ ଜାତୀୟ ସ୍ତରର ଏକାଧିକ ହକି ଖେଳାଳି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଇ ଖେଳ ଆରମ୍ଭ କରିଥିବା ସୁନୀତା ଭାରତୀୟ ମହିଳା ହକିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୦୯ରେ ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିବା ସୁନୀତା ଗୋଟିଏ ପରେ ଗୋଟିଏ ସଫଳତା ପାଇଥିଲେ। ବିଭିନ୍ନ ମ୍ୟାଚରେ ତାଙ୍କର ଉଲ୍ଲେ୍‌ଖନୀୟ ଖେଳ ପ୍ରଦର୍ଶନ ପାଇଁ ୨୦୧୬ର ରିଓ ଅଲମ୍ପିକସରେ ସେ ଭାରତୀୟ ମହିଳା ହକି ଦଳରେ ସାମିଲ ହୋଇଥିଲ। ତାଙ୍କର କ୍ରୀଡ଼ା କୌଶଳ ଓ ଦକ୍ଷତାକୁ ଆଧାରକରି ତାଙ୍କୁ ୨୦୧୮ରେ ଏସିଆନ ଚମ୍ପିଆନସିପ ଟ୍ରଫିରେ ଭାରତୀୟ ମହିଳା ହକି ଦଳର ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏହି ଚମ୍ପିଆନସିପ ଟ୍ରଫିରେ ଭାରତ ରନର୍ସଅପ୍‌ ହୋଇଥିଲା।

Leave A Reply