ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା

0

ଭୁବନେଶ୍ୱର : ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୁନିତା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନବୀନଙ୍କ ନେତୃତ୍ବରେ ସେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ସୁନୀତା ବିଶ୍ବାଳ ପ୍ରତିକ୍ରିୟାରେ କହିଛନ୍ତି । ପୂବରୁ ସୁନୀତା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର କାର୍ୟ୍ୟକାରୀ ସଭାପତି ଥିଲେ ।

ଝିଅ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ଛୋଟ ପିଲା ନୁହେଁ । ବିଜେଡିରେ ଯୋଗ ଦେବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ସୁନୀତାର । ନିର୍ବାଚନ ବେଳେ ସୁନିତା ବିଜେଡି ପାଇଁ ପ୍ରଚାର କରିବ ଏବଂ ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି ବୋଲି ହେମାନନ୍ଦ ବିଶ୍ୱାଳ କହିଛନ୍ତି । ଏହା ପୂର୍ବରୁ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଜଣ ଭାଇ ମଧ୍ୟ ବିଜେଡିରେ ମିଶିଥିଲେ।

Leave A Reply