କେଜ୍ରିୱାଲଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବେ ବିଜେପିର ସୁନିଲ ଯାଦବ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ସୁନିଲ ଯାଦବଙ୍କୁ ପ୍ରାର୍ଥୀ କରିଛି। ସୁନିଲ ପେସାରେ ଜଣେ ଆଇନଜୀବୀ। ବିଜେପି ମଙ୍ଗଳବାର ଏହାର ଦ୍ବିତୀୟ ଦଫା ପ୍ରାର୍ଥିତାଲିକା ଘୋଷଣା କରିଛି। ମୋଟ ୭୦ ଆସନ ମଧ୍ୟରୁ ୬୭ଟିର ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିବାବେଳେ ସମ୍ମାନଜନକ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ସୁନିଲଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରୁ ୨୦୧୩ରେ କେଜ୍ରିୱାଲ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତକୁ ୨୦ହଜାର ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ସୁନିଲଙ୍କୁ ପ୍ରାର୍ଥୀ କରିବାଦ୍ବାରା ଦଳ ଯୁବ ମତଦାତା ତଥା ଜାତିବାଦ ଉପରେ ଭରସା କରିଥିବା ସ୍ପଷ୍ଟ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଓବିସି ଓ ଦଳିତ ମତଦାତାଙ୍କ ସଂଖ୍ୟା ଅଧିକ ଥିବାବେଳେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ଅଧିକ। ସିନ୍ଧି, ପଞ୍ଜାବୀ ମତଦାତାଙ୍କ ପ୍ରଭାବ ମଧ୍ୟ ଏଠାରେ ରହିଛି।

Comments are closed.