ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁନୀଲ ଜାଖର

ଅମୃତସର .- ଅଭିନେତା ସନୀ ଦେଓଲଙ୍କ ଠାରୁ ହାରିବା ପରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ସୁନୀଲ ଜାଖର ଇସ୍ତଫା ଦେଇଛନ୍ତି । ଗୁରୁଦାସପୁର ଲୋକସଭା ଆସନରୁ ଜାଖର କଂଗ୍ରେସର ପ୍ରାର୍ଥୀ ଥିଲେ । ଏହି ଆସନରେ ସନୀ ଦେଓଲ ବିଜେପିର ପ୍ରାର୍ଥୀ ଥିଲେ । ନିର୍ବାଚନରେ ସନୀ ଦେଓଲ ବିଜୟ ଲଭା କରିଛନ୍ତି । ଏହାପରେ ଜାଖର ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ।

ସେ ତିନିଦିନ ତଳୁ ଇସ୍ତଫା ଦେଇଥିବା କହିଛନ୍ତି । ମାତ୍ର ଦଳ ପକ୍ଷରୁ ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ . ସାରାଦେଶରେ ମୋଦୀଙ୍କ ସୁନାମୀ ଆସିଥିବା ବେଳେ ପଞ୍ଜାବରେ କଂଗ୍ରେସ ବେଶ୍‌ ଭଲ ପ୍ରଦର୍ଶନ କରିଛି । ୧୩ଟି ଲୋକ ସଭା ଆସନରୁ ଦଳ ୮ଟିରେ ବିଜୟ ଲାଭ କରିଛି।

Comments are closed.