ପୁଲିସ ଏନକାଉଣ୍ଟରରେ ସୁନୀଲ ମାଝି ଗୁରୁତର

ସୁନୀଲ ନାଁରେ ରହିଛି ୨ ହତ୍ୟା ଓ ୧୫ ଡକାୟତି ମାମଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାର ଲାଠିକଟା ଅନ୍ତର୍ଗତ ସିଉଡ଼ି ନିକଟରେ ବୁଧବାର ବିଳମ୍ବିତ ରାତିରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ମାଝି ଗୁରୁତର ଆହତ ହୋଇଛି। ସୁନୀଲ ନାଁରେ ଏକାଧିକ ମାମଲା ରହିଥିବାବେଳେ ପୁଲିସ ତା’କୁ ଧରିବାକୁ ଜାଲ ବିଛାଇଥିଲା। ବୁଧବାର ରାତିରେ ସୁନୀଲ ସିଉଡ଼ି ନିକଟ ଦେଇ ଯାଉଥିବାବେଳେ ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରି ତା’କୁ ଧରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ସହ ସୁନୀଲର ମୁହାଁମୁହିଁ ହେବା ସହିତ ଗୁଳିବିନିମୟ ଘଟିଥିଲା। ସୁନୀଲ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ହସ୍ପିଟାଲ ଏବଂ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୁନୀଲ ନାଁରେ ଜିଲାର ବିଭିନ୍ନ ଥାନାରେ ୨ଟି ହତ୍ୟା ଏବଂ ୧୫ଟି ଡକାୟତି ମାମଲା ରହିଛି।

Comments are closed.