ମୟଙ୍କ, ରୋହିତ ଓପନ୍‌ କରନ୍ତୁ: ଗାଭାସ୍କର

ମୁମ୍ବଇ : ୩ୟ ଟେଷ୍ଟମ୍ୟାଚ୍‌ରେ ଯଦି ରୋହିତ ଶର୍ମା ​‌େ‌ଖଳନ୍ତି; ତେବେ ସେ ଫର୍ମରେ ନ ଥିବା ମୟଙ୍କ ଅଗ୍ରୱାଲଙ୍କ ସ୍ଥାନନେବା ଉଚିତ ବୋଲି ମତପ୍ରକାଶ ପାଇଛି। ହେଲେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଭିନ୍ନ ମତ ଦେଇଛନ୍ତି। ଗାଭାସ୍କରଙ୍କ ଅନୁସାରେ, ମୟଙ୍କ ଅଗ୍ରୱାଲଙ୍କୁ ଆଉ ଏକ ସୁଯୋଗ ମିଳିବା ଉଚିତ। କାରଣ ଗତବର୍ଷ ମୟଙ୍କ ଚମତ୍କାର ପ୍ରଦର୍ଶନ କରିଥିଲେ। ଗାଭାସ୍କର ମତ ଦେଇଛନ୍ତି ଯେ ସିଡ୍‌ନୀ ଟେଷ୍ଟରେ ରୋହିତ ଶର୍ମାଙ୍କ ସହ ମୟଙ୍କ ଅଗ୍ରୱାଲ ଇନିଂସ ଓପନ୍‌ କରନ୍ତୁ। ମେଲ୍‌ବୋର୍ଣ୍ଣ ଟେଷ୍ଟରେ ୪୫ ଓ ଅପରାଜିତ ୩୫ ରନ୍ କରିଥିବା ଶୁବ୍‌ମାନ ଗିଲ୍‌ ତ ନିଶ୍ଚୟ ଖେଳିବେ। ଗିଲ୍‌ଙ୍କୁ ହନୁମା ବିହାରୀଙ୍କ ସ୍ଥାନରେ ମଧ୍ୟକ୍ରମରେ ଖେଳାଯାଉ। ଗାଭାସ୍କରଙ୍କ ଭାଷାରେ, ମୁଁ ମୟଙ୍କ ଓ ରୋହିତଙ୍କୁ ଓପନ୍‌ କରାଇବି। ଗିଲ୍‌ ମଧ୍ୟକ୍ରମରେ ଖେଳିବେ ଏବଂ ହନୁମା ବିହାରୀ ବାହାରେ ବସିବେ।

Comments are closed.