ମିଞ୍ଜ ପେଟ୍ରୋଲ ପମ୍ପ ଡକାୟତି ଘଟଣା: ୪ ଆନ୍ତଃଜିଲା ଡକାୟତ ଗିରଫ, ଜଣେ ଫେରାର

 ପିସ୍ତଲ, ନଗଦ ଟଙ୍କା, ଅଟୋ ଓ ବାଇକ ଜବତ

ସୁନ୍ଦରଗଡ଼: ବେଶ ତନାଘନା ପରେ ଟାଉନ ପୁଲିସ ଗତ ୩.୧୨.୨୧ରେ ମିଞ୍ଜ ପେଟ୍ରୋଲ ପମ୍ପରେ ସଂଗଠିତ ଡକାୟତି ଘଟଣାର ପର୍ଦ୍ଦାଫାଶ କରିବା ସହ ୪ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରି ସେମାନଙ୍କଠାରୁ ପିସ୍ତଲ, ନଗଦ ଟଙ୍କା, ଡକାୟତିରେ ବ୍ୟବହୃତ ବାଇକ ଓ ଅଟୋକୁ ଜବତ କରିଥିବାର ଜଣାପଡ଼ିଛି । ଏହି ଡକାୟତ ଦଳ ଗତ ୨୪.୧୧ ରେ ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳରୁ ଅନ୍ୟ ଏକ ଲୁଟ ଘଟଣାରେ ସଫଳ ହୋଇ ସୁନ୍ଦରଗଡ଼ ଆଡ଼କୁ ମୁହାଇଥିଲେ । ମିଞ୍ଜ ପେଟ୍ରୋଲ ପମ୍ପରୁ ଏହି ଗିରଫ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ ତେଲ ଭର୍ତ୍ତି କରିବା ପାଇଁ ବରାବର ଆସୁଥିବାରୁ ପେଟ୍ରୋଲ ପମ୍ପର ଅବସ୍ଥିତି, କର୍ମଚାରୀ ଓ ଅନ୍ୟାନ୍ୟ ସ୍ଥିତି ସଂପର୍କରେ ଅବଗତ ଥିବାରୁ ଝାରସୁଗୁଡ଼ା ପରେ ଏହି ପେଟ୍ରୋଲ ପମ୍ପକୁ ଟାର୍ଗେଟ କରି ଡକାୟତି କରିଥିଲେ । ଏପରିକି ଏହି ଡକାୟତ ଦଳ ସୁନ୍ଦରଗଡ଼ର ଅନ୍ୟ ଏକ ପେଟ୍ରୋଲ ପମ୍ପରେ ମଧ୍ୟ ଡକାୟତି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଥିବା ବେଳେ ପୁଲିସ ହାତରେ ଧରାପଡ଼ିଯାଇଥିଲେ । ତଦନ୍ତ​‌େ​‌ର ବ୍ୟାଘାତ ଓ ଏହି ଦଳର ଅନ୍ୟଜ​‌େ​‌ଣ ସଦସ୍ୟ ଫେରାର ଥିବାରୁ ସଂପୂର୍ଣ୍ଣ ତଥ୍ୟ ଦେବାକୁ ଏକ ପ୍ରକାର ଅନିଚ୍ଛା ପ୍ରକାଶ କରିଛି । ମିଳିଥିବା ସୂତ୍ରରୁ ପ୍ରକାଶ, ଗତ ୩/୧୨ ଦିନ ଏହି ଡକାୟତ ଦଳର ଦୁଇଜଣ ସଦସ୍ୟ ପ୍ରଥମେ ବାଇକରେ ଆସି ପେଟ୍ରୋଲ ପମ୍ପର କିଛି ଦୂରରେ ଓହ୍ଲାଇଥିଲେ । ପରେ ଅନ୍ୟ ତିନି ସଦସ୍ୟ ଚାଲି ଚାଲି ପେଟ୍ରୋଲ ପମ୍ପରେ ପ୍ରବେଶ କରି ରାଜେନ୍ଦ୍ର ଦାଶ ନାମକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟ କରିବା ପରେ ସିଧାସଳଖ ବନ୍ଧୁକ ମୁନରେ କ୍ୟାଶ କାଉଣ୍ଟରରେ ଥିବା ଟଙ୍କାକୁ ଲୁଟ କରିଥିଲେ । ମୋଟ ୧ଲକ୍ଷ ୮୪ହଜାର ୯୩୧ ଟଙ୍କା ଲୁଟ କରିବା ପରେ ୱାଇଫାଇ ସେଟ ଓ ସିସିଟିଭ ମନିଟରକୁ ଭାଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମାତ୍ର ଏମାନଙ୍କ ମଧ୍ୟରୁ ତିନିଜଣ ନିକଟସ୍ଥଳ ଢାବାରେ ଖାଇପିଇ ଟଙ୍କା ଭାଙ୍ଗବଣ୍ଟା ମଧ୍ୟ କରିଥିଲେ । ସିସିଟିଭି ଫୁଟେଜରୁ ପୁଲିସ ଜଣେ ଡକାୟତକୁ ସ୍ପଷ୍ଟ ଭାବରେ ଚିହ୍ନି ପାରି ତାର ଗ୍ୟାଙ୍ଗ ସଂପର୍କରେ ଖୋଳତାଡ଼ ଆରମ୍ଭ କରିଦେଇଥିଲେ ।

 

ଏପରିକି ଏହି ଡକାୟତ ଜଣକ ଲୁହୁରାଢିପା ଅଟୋ ଷ୍ଟାଣ୍ଡରେ ଅଟୋ ଚଳାଏ ବୋଲି ଜାଣି ପ୍ରଥମେ ତାକୁ ହି ଧରି ଆଣି ପଚରାଉଚରା କରିବା ପରେ ସେ ଅନ୍ୟମାନଙ୍କ ସଂପୃକ୍ତି ସଂପର୍କରେ ସୂଚନା ଦେବାରୁ ପୁଲିସ ଅନ୍ୟମାନଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା । ଗିରଫଦାରି ସଂପର୍କରେ ଖବର ପାଇ ଡକାୟତ ଦଳର ଅନ୍ୟ ଜଣେ ସଦସ୍ୟ ଫେରାର ହୋଇଯାଇଥିଲା । ଏ ଘଟଣା ଘଟିବା ପରେ ଏସ.ପିଙ୍କ ନିର୍ଦେଶକ୍ରମେ ଦୁଇଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା । ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ରଙ୍କ ନେତୃତ୍ବରେ ଗଠିତ ହୋଇଥିବା ଦଳ ଏହି ଘଟଣାରେ ଆନ୍ତଃଜିଲା ଡକାୟତଙ୍କ ସଂପୃକ୍ତ ରହିଥିବାର ଜାଣି ଅନ୍ୟ ଦଳର ​‌େ​‌ନତୃତ୍ବ ନେଉଥିବା ଟାଉନ ଥାନା ଅଧିକାରୀ ସୂର୍ୟ୍ୟକାନ୍ତୀ ଦାଶଙ୍କ ସହ ନିରନ୍ତର ଯୋଗାଯୋଗ ରଖି ସାଇବର ଟିମ ସହ ମଧ୍ୟ ଯୋଗାଯୋଗ ରଖିଥିଲେ । ଫଳସ୍ବରୂପ ଡକାୟତଙ୍କ ଅବସ୍ଥିତି ସଂପର୍କରେ ଜାଣିବା ସହ ପ୍ରଥମେ ଧରାପଡ଼ିଥିବା ଡକାୟତର ସ୍ବୀକାରୋକ୍ତିକୁ ଆଧାର କରି ଅନ୍ୟମାନଙ୍କୁ ଧରି ସେମାନଙ୍କଠାରୁ ନଗଦ ୬୩ହଜାର ୩୨୦ ଟଙ୍କା, ଗୋଟିଏ ପିସ୍ତଲ, ଗୋଟିଏ ଗୁଳି, ହିରୋହଣ୍ଡା ବାଇକ ଓ ଏକ ଅଟୋ ନଂ-ଓଡି୧୬ସି-୫୦୬୭କୁ ଜବତ କରିଥିଲେ । ଗିରଫ ଡକାୟତ ଦଳ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସମେତ ଅନ୍ୟାନ୍ୟ ଜିଲାରେ ମଧ୍ୟ ଡକାୟତି ଓ ଲୁଟ ଘଟଣାରେ ସଂପୃକ୍ତ ଥିବାର ଜଣାପଡ଼ିଛି । ଅପରପକ୍ଷରେ ଛୁଟିରୁ ଫେରି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ନିତ କରିବା ସହ ଜିଲାରେ ଲୁଟ ଓ ଡକାୟତି ଘଟଣାର ସଂପୃକ୍ତି ଥାଇ ଜେଲରେ ଅଟକ ଥିବା ଅପରାଧିଙ୍କ ସଂପର୍କରେ ଟିକିନିକି ତଥ୍ୟ ସଂଗ୍ରହ କରି ଫେରାର ଡକାୟତକୁ ଖୁବ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ।

Comments are closed.