ରବିବାର ରାଶିଫଳ (୨୩-୦୮-୨୦୨୦)

ମେଷ: ବନ୍ଧୁ ମିଳନରେ ଉତ୍‌ଫୁଲ୍ଲିତ ହେବେ। ବହୁ ସୁଖକର ଘଟଣାମାନ ଘଟିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଉଦ୍ୟମ ଜାରି ରଖିବେ।

ବୃଷ: ପ୍ରତିରୋଧର ସମ୍ମୁଖୀନ ହେବେ। ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁକୁ ପରାଜିତ କରିପାରନ୍ତି। ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇଁ ଖୁସି ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।

ମିଥୁନ: ପଠନ, ଲିଖନ ଉପରେ ଧ୍ୟାନ ଦେବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ, ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୈଶ୍ଚର୍ଯ୍ୟ ଭୋଗ କରିବେ।

କର୍କଟ: ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଘଟିପାରେ। ରାଜତୁଲ୍ୟ ସମ୍ମାନର ଅଧିକାରୀ ହେବେ। ପରୋପକାରୀ ହେବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ସୁଖ ମିଳିବ।

ସିଂହ: ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ଅଛି। ଦେବଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତିର ମାତ୍ରା କମ୍‌ ହୋଇପାରେ। ସରକାରୀ କାର୍ଯ୍ୟକ୍ରମରେ ଲାଭବାନ୍‌ ହେବେ।

କନ୍ୟା: ସୁଖ-ସମ୍ମାନ ଲାଭ କରିପାରନ୍ତି। ତ୍ୟାଗପୁତ ମନୋଭାବର ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଉପାୟରେ ଧନାଗମ କରିବାର ସକ୍ଷମ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ।

ତୁଳା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆବନ୍ଧୁ ଜୁଟିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ। କେହି ଗତିରୋଧ କରିବାକୁ ଉଦ୍ୟମ ଚଳାଇ ଶେଷରେ ନିରାଶ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶନ ହୋଇପାରନ୍ତି। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିବେ।

ଧନୁ: କାର୍ଯ୍ୟରେ ଅଗ୍ରଗତି ଘଟିବ। ଆୟ ଆଶାନୁରୂପ ହେବ। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତ ହେବେ।

ମକର: କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ଶୁଭ ଖବର ପାଇ ଖୁସି ହେବେ। କର୍ମ କ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରିପାରନ୍ତି। ବିବାଦରେ ବିଜୟୀ ହେବେ।

କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ କୃତିିତ୍ବ ହାସଲ କରିବେ। ଭୋଗବିଳାସ କରିପାରନ୍ତି। ମୂଲ୍ୟବାନ୍ ଦ୍ରବ୍ୟଲାଭ ହୋଇପରେ। ଧନାଗମ ହେବ।

ମୀନ: ଯୋଗାଯୋଗରେ ସଫଳତା ମିଳିବ। ଖାଦ୍ୟପେୟ ସନ୍ତୋଷଜନକ ନ ହୋଇପାରେ। ସ୍ବାଭିମାନୀ ହେବେ। ଅର୍ଥ ଟାଣ-ଟୁଣ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

Comments are closed.