ରବିବାର ରାଶିଫଳ – ୧୮ ଅକ୍ଟୋବର ୨୦୨୦

ମେଷ: ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା କାର୍ଯ୍ୟ ପାଇଁ ଆଗ୍ରହୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ।
ବୃଷ: ଶତ୍ରୁର ଅଭ୍ୟୁଦୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସ୍ନେହୀ ଭାଇମାନଙ୍କ ସହଯୋଗ ପାଇ ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ସୁସ୍ଥ ରହିବେ।
ମିଥୁନ: ନିଜ କାର୍ଯ୍ୟ ସନ୍ତୋଷଜନକ ହେବ। ପଠନ ଲିଖନ ଉପରେ ଧ୍ୟାନ ଦେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ।
କର୍କଟ: ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକାର୍ଯ୍ୟରେ ତତ୍ପର ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଯଶସ୍ୱୀ ଓ କୀର୍ତ୍ତିମାନ୍‍ ହେବେ।
ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ପ୍ରିୟଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ମିଳିବ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ।
କନ୍ୟା: ପରମ ଭାଗ୍ୟଶାଳୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ। ବିଦ୍ୟାପ୍ରେମୀ ହେବେ। କାବ୍ୟ ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ସାମାଜିକ ବ୍ୟବସ୍ଥା ଦୃଢ଼ ରହିବ।
ତୁଳା: ସୁଖ ସନ୍ତୋଷ ଲାଭ କରିପାରନ୍ତି। ରୋଜଗାର ଅଧିକ ହେବ। ଭୋଜନ ତୃପ୍ତିଦାୟକ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲି ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ସ୍ୱାସ୍ଥ୍ୟବାନ୍‍ ହେବେ।
ବିଛା: ଚଞ୍ଚଳ ପ୍ରକୃତିର ହେବେ। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଉପୁଜି ପାରେ। ସରଳ ଓ ମନଭୁଲା କଥା କହି ପରକୁ ଆପଣାର କରିବାରେ ସକ୍ଷମ ହୋଇପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି। ନୀତିନିଷ୍ଠ ହେବେ। ଧାର୍ମିକ ସ୍ୱଭାବର ହୋଇପାରନ୍ତି।
ଧନୁ: ଯାତ୍ରା ଫଳଦାୟକ ହେବ। ମନ ପ୍ରସନ୍ନ ରହିବ। କର୍ମଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ।
ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହୋଇପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
କୁମ୍ଭ: ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ୱାନ୍‍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସାହସୀ ହେବେ। ପାରିବାରିକ ସୁଖ ମିଳିବ। କର୍ମଠ ହୋଇପାରନ୍ତି।
ମୀନ: ଶୁଭକାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉ ଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।

Comments are closed.