ରବିବାର ରାଶିଫଳ

0

ମେଷ: ଗୁରୁଜନଙ୍କ ପାଇଁ କଷ୍ଟ ସ୍ବୀକାର କରିପାରନ୍ତି। ପଥରୋଧ ହେବାର ଆଶଙ୍କା ଅଛି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଭୋଗ କରିପାରନ୍ତି। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବେ। ବାଧାବିଘ୍ନ ସତ୍ତ୍ବେ ରାଜଯୋଗ ଅଛି।
ବୃଷ: ଦୃଢ଼ ମନୋବଳ ନେଇ କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।
ମିଥୁନ: ବନ୍ଧୁବର୍ଗଙ୍କ ସହିତ ଥିବା ମତାନ୍ତର ପରିସମାପ୍ତି ଘଟିବ। ପରିଶ୍ରମର ମୂଲ୍ୟାଙ୍କନ ହେବ। ବଂଶ ମର୍ଯାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
କର୍କଟ: ବ୍ୟବସାୟ ଲାଭଜନକ ହେବ। ଆଶ୍ବସ୍ତ ମିଳିବ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ ବିଦ୍ବାନ୍‌ ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ସୁଖ ମିଳିବ।
ସିଂହ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ସର୍ଦି-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ମନା।
କନ୍ୟା: କାର୍ଯ୍ୟକ୍ଷେତ୍ର ଶୃଙ୍ଖଳିତ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ କଥା ଓ ପରାମର୍ଶରେ ଚଳିବା ଲାଭଦାୟକ ହେବ।
ତୁଳା: ଗଣ୍ଡଗୋଳିଆ ପରିସ୍ଥିତିରୁ ଫାଇଦା ହାସଲ କରିପାରନ୍ତି। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ରହିବେ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହେବା ଆଶାକରାଯାଏ।
ବିଛା: ପରିସ୍ଥିତି ପ୍ରତି ଉଦାସ ମନୋଭାବ ଗ୍ରହଣ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ ଧନଲାଭ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।
ଧନୁ: ଆବେଦନ କଲେ ବିଳମ୍ବରେ ସହାୟତା ମିଳିବ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତିବିଶେଷ ଭାବେ ସୁନାମ ଅର୍ଜନ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। କୃଷିକ୍ଷେତକୁ ତ୍ବରାନ୍ବିତ କରିବେ। ଜଳପ୍ରତି ଆଦର ଓ ବୁଦ୍ଧିମାନ୍‌ ହେବେ।
ମକର: ବନ୍ଧୁ ମିଳନ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଶାବାଦୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହୋଇପାରନ୍ତି।
କୁମ୍ଭ: ବ୍ୟବସାୟ ଲାଭଜନକ ହେବ। ଆଳସ୍ୟ ପରିତ୍ୟାଗ କରି କର୍ମକ୍ଷେତ୍ରକୁ ଗୁରୁତ୍ବ ଦେଇପାରନ୍ତି। ଭାଗ୍ୟଶାଳୀ ହେବେ। ଶୁଦ୍ଧ ସ୍ବଭାବ ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।
ମୀନ: ପ୍ରଭାବ ବିସ୍ତାର କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସୁଖ ମିଳିବ। ବଳଶାଳୀ ହେବେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିବେ। ଧନ-ସମ୍ପଦ ଭରପୂର ରହିପାରେ।

Leave A Reply