ରବିବାର ରାଶିଫଳ

ମେଷ: ଅର୍ଥ ସଙ୍କଟ ଦେଖାଦେଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ବଳିଷ୍ଟ ଓ ଶତ୍ରୁହନ୍ତା ହେବା ଆଶା କରାଯାଏ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ।
ବୃଷ: କାର୍ଯ୍ୟର ସଫଳ ରୂପାୟପ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧାର୍ମିକ ଓ ତେଜସ୍ବୀ ହେବେ।
ମିଥୁନ: ଉଚ୍ଚକର୍ତ୍ତୃପକ୍ଷଙ୍କ ସହିତ ଉପୁଜି ଥିବା ମତାନ୍ତର ପରିସମାପ୍ତି ଘଟିବ। ଆଶାବାଦୀ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନଶୀଳ ହେବା ଆଶାକରାଯାଏ। ବ୍ୟକ୍ତିତ୍ବର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହେବେ।
କର୍କଟ: କାର୍ଯ୍ୟରେ ଥିବା ଅସଙ୍ଗତ ଦୂର ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କ ଠାରୁ ଆଦର-ସମ୍ମାନ ମିଳିପାରେ।
ସିଂହ: ଅସାମାଜିକ ଲୋକଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି। ସୁଖୀ ହେବେ।
କନ୍ୟା: ଆପଣଙ୍କ ପାଇଁ ପରିବେଶ ଶୁଭପ୍ରଦ ହେବ। ଆୟ ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଯବାନ୍‍ମାନେ ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମାଲି-ମୋକଦ୍ଦମାରେ ବିଜୟ ଲାଭ କରିବେ। ଅର୍ଥ ମିଳିିବ। ସୁସ୍ୱାଦୁ ଭୋଜନ ମିଳିବ।
ତୁଳା: ଦ୍ୱନ୍ଦ୍ୱରେ ପଡ଼ି କାର୍ଯ୍ୟ କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିପାରନ୍ତି। ମିଷ୍ଟଭାଷୀ ହେବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି।
ବିଛା: ଶତ୍ରୁ ଚିନ୍ତାରେ ବ୍ୟସ୍ତ ରହିବେ। ଶେଷରେ ଶତ୍ରୁଦମନ କରି ଦୀର୍ଘଦିନର ମନସ୍କାମନା ପୂରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ। ଚଞ୍ଚଳ ସ୍ୱଭାବର ହେବେ।
ଧନୁ: ବନ୍ଧୁବର୍ଗଙ୍କ ସ୍ନେହ-ସହାନୁଭୂତି ମିଳିବ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। କୁଟୁମ୍ବ ସୁଖ ମିଳିବ।
ମକର: ଋଣ ପରିଶୋଧ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ବିତାଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସକ୍ଷମ ହେବେ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବେ। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ।
ମୀନ: ଗୃହ କଳହର ଆପୋଷ ସମାଧାନ ହେବ। ଉଦାର ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ମନରେ ଅହଂଭାବ ଜାଗରିତ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

Comments are closed.