ରବିବାର ରାଶିଫଳ ( ୦୬-୧୨-୨୦୨୦ )

ମେଷ: କାର୍ଯ୍ୟରେ ସହଯୋଗ ମିଳିବ। ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ରୋଜଗାରକ୍ଷମ ହେବେ। ଚାକିରି କ୍ଷେତ୍ରରେ ଦୀର୍ଘଦିନର ଆଶା ପୂରଣ ହେବ; ମାତ୍ର ବିଳମ୍ବରେ।

ବୃଷ: ବହୁ ଶୁଭଫଳ ଆଶା କରାଯାଏ। କଳହ ଠାରୁ ଦୂରେଇ ରହିବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦେବଦର୍ଶନର ସୌଭାଗ୍ୟ ଅଛି। ଅସୁସ୍ଥତାର ଉପସମ ହେବ। ସରକାରୀ ସ୍ତରରୁ ଲାଭବାନ୍‍ ହେବେ।

ମିଥୁନ: ସେମିନାର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଧନାଗମର ସୂଚନା ମିଳୁଛି। ଅମାପ ସଂପଦର ଅଧିକାରୀ ହେବେ। ସରକାରୀ ସ୍ତରରୁ ଲାଭ ମିଳିବ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ଆର୍ଥିକ ସହାୟତା ମିଳିବ। ଦେହ ଓ ମନ ଭଲ ରହିବ।

କର୍କଟ: ଭଲ ଆୟ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ: ଧର୍ମ କାର୍ଯ୍ୟରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହି ପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। କର୍ମରେ ଛଳନାପୂର୍ଣ୍ଣ କଥା କହି ପରକୁ ଆପଣାର କରିବାରେ ସିଦ୍ଧହସ୍ତ ହେବେ।

କନ୍ୟା: ଭଲ ମନ୍ଦ ମିଶ୍ରିତ ଫଳ ମିଳିପାରେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରର ଅପୂର୍ବ ସଫଳତା ମିଳିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା: ଚିନ୍ତାଧାରା କାର୍ଯ୍ୟରେ ଲଗାଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ବିଛା: କାର୍ଯ୍ୟ ଉତ୍ସାହପ୍ରଦ ହେବ। ଯାହା ଇଚ୍ଛା କରିଥିବେ ତାହା ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବିନିଯୋଗ କରିପାରନ୍ତି। ପ୍ରତିଯୋଗିତାରେ ବିଜୟ ହାସଲ କରିପାରନ୍ତି।

ଧନୁ: ଶୁଭା ଶୁଭ ମିଶ୍ରିତ ଫଳ ମିଳିବ। ପରୋପକାରୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।

ମକର: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିବ। ଶୁଭ କାର୍ଯ୍ୟ ମାର୍ଗ ଉନ୍ମୁକ୍ତ ରହିଛି। ଆନନ୍ଦ ଉପଭୋଗ କରିପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳବ।

କୁମ୍ଭ: ବିଚାର ଆଲୋଚନା ମାଧ୍ୟମରେ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ଶତ୍ରୁକୁ ପରାଜିତ କରିପାରନ୍ତି। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଶୁଭ ଖବର ପାଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଋଣ ପରିଶୋଧ କରିବେ।

ମୀନ: ଅଧ୍ୟାପନା ପାଇଁ ଅଧ୍ୟୟନରତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ।

Comments are closed.